www.samajalive.in
Friday, December 12, 2025
15.1 C
Bhubaneswar

‘୪୦% ଜନତା ପାଇଁ ନାହିଁ ମାତୃଭାଷାରେ ଶିକ୍ଷା ସୁବିଧା’

ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କ ପାଖରେ ସେମାନେ କହୁଥିବା କିମ୍ବା ବୁଝୁଥିବା ଭାଷାରେ ଶିକ୍ଷା ସୁବିଧା ନାହିଁ। ବିଭିନ୍ନ ଦେଶରେ ମାତୃଭାଷାର ଭୂମିକା ବିଷୟରେ ବଢ଼ୁଥିବା ସଚେତନତା ସତ୍ତ୍ୱେ, ନୀତି ଗ୍ରହଣ ସୀମିତ ରହିଛି। ଘରୋଇ ଭାଷା ବ୍ୟବହାର ପାଇଁ ସୀମିତ ଶିକ୍ଷକ କ୍ଷମତା, ଘରୋଇ ଭାଷାରେ ସାମଗ୍ରୀ ଉପଲବ୍ଧ ନ ହେବା ଏବଂ ସମ୍ପ୍ରଦାୟ ବିରୋଧ ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କିଛି ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଏହି ସଂଖ୍ୟା ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍‌) ଦଳ ପ୍ରକାଶ କରିଛି।
ଜିଇଏମ୍‌ ଅଧିକାରୀ କହିଛନ୍ତି ଯେ, ଶହେ କୋଟିରୁ ଏକ ଚତୁର୍ଥାଂଶରୁ ଅଧିକ ଶିକ୍ଷାର୍ଥୀ ଏହି ସମସ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ସମସ୍ତ ଶିକ୍ଷାର୍ଥୀଙ୍କୁ ଲାଭ ପହଞ୍ଚାଉଥିବା ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟରେ ବହୁଭାଷୀ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ଦେଶଗୁଡ଼ିକୁ ଜିଇଏମ୍‌ ସୁପାରିସ କରିଛି। ‘ଭାଷାର ଗୁରୁତ୍ବ: ବହୁଭାଷୀ ଉପରେ ବୈଶ୍ବିକ ମାର୍ଗଦର୍ଶନ’ ଶୀର୍ଷକ ରିପୋର୍ଟରେ ଜିଇଏମ୍‌ ଦଳ ଉଲ୍ଲେଖ କରିଛି ଯେ, ପ୍ରବାସ ବୃଦ୍ଧି ପାଇବା ସହିତ, ଭାଷାଗତ ବିବିଧତା ବାସ୍ତବତାରେ ପରିଣତ ହେଉଛି ଏବଂ ଶ୍ରେଣୀଗୃହରେ ବିଭିନ୍ନ ଭାଷା ପୃଷ୍ଠଭୂମିରୁ ଆସିଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଏକ ସାଧାରଣ କଥାରେ ପରିଣତ ହେଲାଣି। ଶିକ୍ଷା କ୍ଷେତ୍ରରେ ୩୧ ନିୟୁତରୁ ଅଧିକ ବିସ୍ଥାପିତ ଯୁବକଯୁବତୀ ଭାଷା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପ୍ରମୁଖ ପ୍ରବାସୀ ଜନସଂଖ୍ୟା ଥିବା ଦେଶଗୁଡ଼ିକରେ ପ୍ରଭାବଶାଳୀ ଭାଷା କାର୍ଯ୍ୟକ୍ରମ ଓ ଯୋଗ୍ୟ ଶିକ୍ଷକଙ୍କ ବିକାଶ ହେବା ଉଚିତ। ସେହିପରି ଶିକ୍ଷକ ତାଲିମ ସମୟରେ ଘରୋଇ ଏବଂ ଦ୍ୱିତୀୟ ଭାଷା ଉଭୟରେ ଦକ୍ଷତା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଆନ୍ତର୍ଜାତିକ ମାତୃଭାଷା ଦିବସର ୨୫ତମ ବାର୍ଷିକୀରେ ଏହି ରିପୋର୍ଟ ସଂକଳନ କରାଯାଇଛି। ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ବହୁଭାଷୀ ଶିକ୍ଷାକୁ ସମର୍ଥନ କରୁଥିବା ନୂତନ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ଅଛି। ତେବେ ବିଦ୍ୟାଳୟ ଶିକ୍ଷାରେ ତିନି ଭାଷା ନୀତିକୁ କିଛି ରାଜ୍ୟ ବିରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories