www.samajalive.in
Saturday, December 6, 2025
17.1 C
Bhubaneswar

ଜଳସାଥିଙ୍କୁ ନିୟମିତ କରିବା ପାଇଁ ଦାବିପତ୍ର ପ୍ରଦାନ

ସମ୍ବଲପୁର: ଓଡ଼ିଶା ଜଳ ସାଥୀ ମହାସଂଘ ତରଫରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସମସ୍ୟା ଗୁଡିକର ସମାଧାନ ପାଇଁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଜଳ ସାଥି ମାନଙ୍କୁ ନିୟମିତ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ, ସ୍କିଲ ୱାର୍କରଙ୍କ ଭଳି ସର୍ବନିମ୍ନ ବେତନ ପ୍ରଦାନ, ପ୍ରୋଭିଡେନ୍ଟ ଓ ଗ୍ରାଚ୍ୟୁଟି ପ୍ରଦାନ, କାର୍ଯ୍ୟ ସମୟରେ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ସହାୟତା ଆଦି ୨୦ଟି ଦାବି କରାଯାଇଛି। ମୁଖ୍ୟ ଉପଦେଷ୍ଟା ଦୁର୍ଗା ମାଧବ ମିଶ୍ରଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ବିଲାସିନୀ ପ୍ରଧାନ, ସୁଜାତା ନାଏକ, ତୁଷରିକା ମିଶ୍ର, ରଞ୍ଜିତା ସ୍ୱାଇଁ, ଭାରତୀ ପତି, ବାସନ୍ତି ମହାନନ୍ଦ, ପିଙ୍କି ଗୌଡ, ଅନୀତା କୁମ୍ଭାର, ପୁଷ୍ପା ବାବୁ, ପଦ୍ମିନୀ ସାହୁ ଙ୍କ ସମେତ ଅନେକ ସଦସ୍ୟା ଉପସ୍ଥିତ ରହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories