www.samajalive.in
Saturday, December 6, 2025
17.1 C
Bhubaneswar

ସର୍ବଭାରତୀୟ ସମ୍ବଲପୁର ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଓଡ଼ିଶା

ସମ୍ବଲପୁର: ସମ୍ବଲପୁରରେ ୧୩ତମ ଅଲ ଇଣ୍ଡିଆ ସମ୍ବଲପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାରି ରହିଛି। ଏହି ପ୍ରତିଯୋଗିତାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଶନିବାର ଦିନ ଓଡ଼ିଶା ଫୁଟବଲ ଏସୋସିଏସନ ଓ କୋଲକତାର ଜର୍ଜ ଟେଲିଗ୍ରାଫ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ରାହୁଲ ମୁଖୀ, ରୋଶନ ପନ୍ନା ଓ ସୁରେଶ ଖଡିଆଙ୍କ ଗୋଲ ବଳରେ ଓଡ଼ିଶା ଦଳ ୪ – ୦ ଦଳରେ କୋଲକତା ଦଳକୁ ହରାଇ ଫାଇନାଲକୁ ପ୍ରବେଶ କରିଛି। ମ୍ୟାଚରେ ରେଫରୀ ରୂପେ ନବୀନ କୁମାର ନାଏକ, ଦିଲିପ ରାଉତ, ଜିତେନ୍ଦ୍ରିୟ ଥନାପତି ଓ ଉତ୍କଳମଣି ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ମ୍ୟାଚ କମିଶନର ଦାୟିତ୍ୱ ଦୁର୍ଗା ମାଧବ ନାଏକ ନିର୍ବାହ କରିଥିଲେ। ମୁଖ୍ୟ ଅତିଥି ରୂପେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ମହିଳା ପ୍ରଦର୍ଶନୀ ମ୍ୟାଚ ରବିବାର ଏବଂ ଫାଇନାଲ ମ୍ୟାଚ ସୋମବାର ଆୟୋଜିତ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories