ପାଟଣା: ପାଟଣା ବନାଞ୍ଚଳ ସାହାରପଡା ସେକ୍ସନ ମାଛଗଡ଼ ବିଟ ଗୋହିରା ପଥର ହୁଡ଼ିରେ ଏକ ପିଆଶାଳ ଗଛ କଟାଯାଇ ୧୧ ଖଣ୍ଡ ଗଡ଼ କରାଯାଇଥିବା ବେଳେ ବନବିଭାଗ ଏଠାରେ ଚଢ଼ାଉ କରିଥିଲେ। କାଠ ମାଫିଆ ମାନେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ବନବିଭାଗ ଆନୁମାନିକ ୧ ଲକ୍ଷ ଟଙ୍କାର ୧୧ଟି ପିଆଶାଳ ଗଣ୍ଡି ଜବତ କରିଛି। ଚଢ଼ାଉରେ ସାହାରପଡା ବନପାଳ ଭୂପତି ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।
Comments are closed.