www.samajalive.in
Monday, December 15, 2025
15.1 C
Bhubaneswar

ଜବତ ହେଲା ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଟ୍ରକ୍

ଗୋପାଳପୁର : ଗତ ୨୬ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ  ପାର୍କିଂ କରାଯାଇଥିବା ଏକ ଟ୍ରକ  ଚୋରି ହୋଇଯାଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ପରେ ୨୪ ଘଣ୍ଟା ମଧ୍ୟରେ ଗୋଳନ୍ଥରା ପୋଲିସ ଚୋରି ଟ୍ରକଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।  ଅଭିଯୋଗ ଅନୁଯାୟୀ ବିହାରର ଡ୍ରାଇଭର ମିଥେଲେସ କୁମାର ନିଜ ଟ୍ରକ (ବି ଆର ୦୧ ଜି ଏମ ୩୭୨୧) କୁ ପେଟ୍ରୋଲ ପମ୍ପ ପରିସରରେ ଗତ ୨୫ ତାରିଖ ରାତି ୧୧ ଟା ବେଳେ ପାର୍କିଂ କରି ନିକଟରେ ଥିବା ଏକ ହୋଟେଲରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ମିଥେଲେସ ଉଠି ଦେଖିବା ସମୟରେ ଟ୍ରକଟି ପାର୍କିଂ ସ୍ଥଳରେ ନଥିଲା । ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୯୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରି ଚୋରି ଯାଇଥିବା ଟ୍ରକକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା । ୨୬ ତାରିଖ  ରାତି ୨ଟା ବେଳେ ପୁରୀ ଜିଲ୍ଲା ଗୋଡିଶାଗଦା ଥାନା ଅଧୀନ ଖୁଣ୍ଟିଆ ବାଣପୁରରୁ ଏକ ନିଛାଟିଆ ସ୍ଥାନରେ ଟ୍ରକଟି ଥିବା ଜଣାପଡ଼ିଥିଲା। ପୁଲିସ ସେଠାରେ ପହଞ୍ଚି ଟ୍ରକଟିକୁ ଜବତ କରି ଥାନାକୁ ଆଣିଥିଲା।  ଟ୍ରକ ଡ୍ରାଇଭର ମିଥଲେସ କୁମାରଙ୍କୁ ପୁଲିସ ଆଜି ଟ୍ରକକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଚୋରମାନଙ୍କୁ କାବୁ କରିବାକୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories