www.samajalive.in
Sunday, December 14, 2025
19.1 C
Bhubaneswar

୨୦୨୪-୨୫ ପାଇଁ ଇପିଏଫଓର ବଡ଼ ନିଷ୍ପତ୍ତି: ସୁଧ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଇପିଏଫ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ପୂର୍ବପରି ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୨୪ ମସିହା ଫେବୃଆରୀ ମାସରେ ଇପିଏଫ୍‌ଓ ୨୦୨୩-୨୪ ବର୍ଷ ପାଇଁ ଇପିଏଫ ଉପରେ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ୨୦୨୨-୨୩ରେ ଏହି ସୁଧ ହାର ୮.୧୫ ପ୍ରତିଶତ ଥିଲା। ସେହିଭଳି ମାର୍ଚ୍ଚ ୨୦୨୨ରେ ଇପିଏଫଓ ​​୨୦୨୧-୨୨ ବର୍ଷ ପାଇଁ ଏହାର ୭ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଇପିଏଫ ଉପରେ ସୁଧ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଥିଲା, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା। ୨୦୨୦-୨୧ରେ ଏହି ସୁଧ ହାର ୮.୫ ପ୍ରତିଶତ ଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories