www.samajalive.in
Saturday, December 13, 2025
27.1 C
Bhubaneswar

ଅମିତ ଶାହାଙ୍କ ସ୍ୱାଇନ୍‍ ଫ୍ଲୁକୁ ତାତ୍ସଲ୍ୟ କଲେ ମମତା

କଲକାତା : ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଡ୍ରାମା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଗକୁ ନେଇ ତାତ୍ସଲ୍ୟ କରିଥିବା ଦେଖିବାକୁ ମିଳିଛି। ମମତାଙ୍କ କହିବା ଅନୁସାରେ ‘ସ୍ୱାଇନ୍‍ ଫ୍ଲୁ ଥିଲେ ବି ମୁଁ ଆପଣଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଅନୁମତି ଦେଇଥିଲି। କାରଣ ସ୍ୱାଇନ୍‍ ଫ୍ଲୁ ଏକ ସଂକ୍ରମଣ ରୋଗ’।
ସୂଚନାଯୋଗ୍ୟ ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱଇନ୍‍ ଫ୍ଲୁ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଥିଲେ। ଏମସରୁ ଆସିବା ପରେ ଅମିତ ଶାହା ପଶ୍ଚିମବଙ୍ଗ ମାଲଦାରେ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଅମିତ ଶାହାଙ୍କ ହେଲିକପ୍ଟରକୁ ଅନୁମତି ଦିଆଯାଇନଥିଲା। ପରେ ଏହାର ଅନୁମତି ମିଳିଥିଲା ଏବଂ ଅମିତ ଶାହା ଅଭିଭାଷଣ ଦେଇଥିଲି।
ସୂଚନାଯୋଗ୍ୟ ଯେ କେବଳ ମମତା ବାନାର୍ଜୀ ନୁହନ୍ତି ବିରୋଧୀ ଦଳ ବହୁ ନେତା ଅମିତ ଶାହାଙ୍କ ସ୍ୱାଇନ୍‍ ଫ୍ଲୁଙ୍କ ରୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ମହାସଚିବ ତଥା ରାଜ୍ୟସଭା ସାସଂଦ ବି କେ ହରିପ୍ରସାଦ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories