www.samajalive.in
Sunday, December 7, 2025
26.1 C
Bhubaneswar

ସ୍କୁଲ ଅଧ୍ୟକ୍ଷାଙ୍କ ମାଡ଼ରେ ଦୃଷ୍ଟିଶକ୍ତି ହରାଇଲେ ୩ୟ ଶ୍ରେଣୀ ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ସ୍କୁଲ ଅଧ୍ୟକ୍ଷାଙ୍କ ମାଡ଼ରେ ଦୃଷ୍ଟି ଶକ୍ତି ହରାଇଛନ୍ତି ଜଣେ ୩ୟ ଶ୍ରେଣୀ ଛାତ୍ରୀ। ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଏଭଳି ଏଭ ଅଭାବନୀୟ ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଜିଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରାଯିବା ସହିତ ନ୍ୟାୟ ଦେବାକୁ ଅନୁରୋଧ କରାଯାଇଛି। ଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ଦୋଷୀ ମହିଳା ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରାଯାଇଛି।

ପୀଡ଼ିତା ଛାତ୍ରୀଙ୍କ ମା’ ଜ୍ୟୋତି କଶ୍ୟପ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ୮ ବର୍ଷୀୟା ଝିଅ ମୁରାଦାବାଦର ଏକ ପ୍ରାଥମିକ ସ୍କୁଲରେ ପଢୁଛନ୍ତି। କୌଣସି କତାକୁ ନେଇ ସ୍କୁଲ ଅଧ୍ୟକ୍ଷା ତାଙ୍କ ଝିଅକୁ ମାଡ଼ ମାରିଥିଲେ। ଯାହାଫଳରେ ଝିଅ ବାମ ଆଖିର ଦୃଷ୍ଟି ଶକ୍ତି ଚାଲିଯାଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ମୁରାଦାବାଦର ମୌଳିକ ଶିକ୍ଷା ଅଧିକାରୀ ବିମଲେଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories