www.samajalive.in
Saturday, December 6, 2025
26.1 C
Bhubaneswar

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନାୟକାଣିଡ଼ିହି ଗାଁରେ ଅଘଟଣ। ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ସୁନା, ରୂପ ଅଳଙ୍କାର।  ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କରଞ୍ଜ ଆଡିଆ ଗାଁର କମଳାକାନ୍ତ ସାହୁ ଙ୍କ ପରିବାର ଲୋକେ ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ। କମଳାକାନ୍ତ ଏକାକୀ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘର କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଏବଂ ହାତକୁ ହାଣି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏପରିକି ବିରୋଧ କରିବାରୁ କମଳାକାନ୍ତଙ୍କ ବୋହୁଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ତେବେ ବାରମ୍ବାର ଗାଁରେ ଏଭଳି ଅଘଟଣ ସାମ୍ନାକୁ ଆସୁଥିବାବେଳେ ପୁଲିସ୍ ର ନିଷ୍କ୍ରିୟତାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories