www.samajalive.in
Sunday, December 14, 2025
26.1 C
Bhubaneswar

୬୦ ବର୍ଷ ପରେ ମହାଶିବରାତ୍ରୀରେ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ

ମେଷ: ବ୍ରହ୍ମକଲ୍ୟାଣ ପ୍ରାପ୍ତ ହୋଇ ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କ ମନ ମୋହିପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ମୁକ୍ତ ହେବେ।
ବୃଷ: ଜଣେ ବିଜ୍ଞ ବ୍ୟକ୍ତି ଭାବେ ସାମାନ୍ୟ ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ କ୍ଷମତାଶୀଳ ହେବେ। ସଦା-ସର୍ବଦା ଦୟା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବହୁ ବିତ୍ତର ଅଧିକାରୀ ହେବେ। କାର୍ଯ୍ୟଦକ୍ଷ ହୋଇପାରନ୍ତି।
ମିଥୁନ: ଧର୍ମ-ଧାରଣା ଯୁକ୍ତହେବେ। ବାସଗୃହ ପ୍ରଦୂଷଣ ମୁକ୍ତ ରହିବ। ସରକାରୀ ସହାୟତାରୁ ଧନଲାଭ ହେବ। ଯାନ-ବାହାନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଘଟିପାରେ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ:ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରୀସ୍ତରରୁ ଲାଭପ୍ରାପ୍ତ ହେବେ। ଦେବ ଦର୍ଶନ ପାଇ ସନ୍ତୁଷ୍ଟ ହେବେ।
ସିଂହ: ପୁଣ୍ୟବାନ୍‌ ହେବେ। ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହେବେ। ଦେବ-ଦ୍ବିଜ ପରାୟଣ ହୋଇପାରନ୍ତି। ଧନାଗମ ହେବ। କନ୍ୟା:ବିବିଧ ଉପାୟରେ ଧନ ଅର୍ଜନ କରୁଥିବାବେଳେ ସ୍ବାସ୍ଥ୍ୟ ସମସ୍ୟା ଆଦି କାରଣ ଯୋଗୁଁ ବ୍ୟୟ ବାଧକ ହୋଇପାରେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଚିନ୍ତାଧାରା ଉତ୍ତମମାନର ହେବ।
ତୁଳା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟ ଶାନ୍ତିପ୍ରଦ ହେବ। ଅସାଧ୍ୟ ସାଧନ ଶକ୍ତି ଆପଣଙ୍କଠାରେ ରହିବ। ସରକାରୀସ୍ତରରୁ ସମ୍ମାନ ସହିତ ଧନପ୍ରାପ୍ତ ହେବେ।
ବିଛା: ମହନୀୟ ଯଶ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିବେ। ନ୍ୟାୟ, ନୀତି ବିଶାରଦ ହୋଇପାରନ୍ତି। ଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କରିତ୍‌ କର୍ମା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କୁଶଳୀ ସୈନିକ ଭାବେ ରଣ କର୍ମ ଦକ୍ଷ ହେବେ। ଆଜି ଏପରି ଗୋଟିଏ ଦିନ ଯେକୌଣସି କାର୍ଯ୍ୟରେ ହାତ ଦେଲେ ସେଥିରେ କୃତକାର୍ଯ୍ୟ ହେବେ। ମକର: ଧନବାନ୍‌ ହେବେ। ମହିଳାମାନଙ୍କ ହିତକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶତ୍ରୁ ବିନାଶକାରୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାର ସଦ୍‌ ବ୍ୟବହାର କରିବେ।

- Advertisement -

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ। ନାନା ସୁଖର ଅଧିକାରୀ ହୋଇପାରନ୍ତି। କର୍ମ କ୍ଷେତ୍ରରୁ ଅୂପର୍ବ ସଫଳତା ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ମୀନ: ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବହୁଭାଷୀ ହୋଇପାରନ୍ତି। କଥାବାର୍ତ୍ତା ମାର୍ଜିତ ହେବ। ରକ୍ତ ହୀନତାରୁ ଚର୍ମ ଉପରେ ନିର୍ଦିଷ୍ଟ ଏକ ଗ୍ରହର କ୍ରୂର ଦୃଷ୍ଟି ଥିବାରୁ ସ୍ବାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories