www.samajalive.in
Wednesday, December 10, 2025
15.1 C
Bhubaneswar

ଗୀତାଞ୍ଜଳୀ ନାୟକଙ୍କୁ ରାଷ୍ଟ୍ରୀୟ ‘ନବନ୍ୱେଷୀ କୃଷକ ପୁରସ୍କାର’

ପାଟଣା : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ବା ଆଇସିଏଆର ଅନ୍ତର୍ଗତ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ବା ଆଇଏଆର୍‍ଆଇ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ପୁଷା କୃଷି ବିଜ୍ଞାନ ମେଳା-୨୦୨୫ ରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ଜାମୁଦା ଗ୍ରାମର ସଫଳ ମହିଳା ଚାଷୀ ଗୀତାଞ୍ଜଳୀ ନାୟକଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟାଦାଜନକ ନବନ୍ୱେଷୀ କୃଷକ ପୁରସ୍କାର ପ୍ରଦାନ କରାଯାଇଛି। ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମେଳାର ଉଦ୍‍ଯାପନୀ ଉତ୍ସବରେ ସୋମବାର ଦିନ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ବା ଆଇସିଏଆର ମହାନିର୍ଦ୍ଦେଶକ ଡ଼ଃ ହିମାଂଶୁ ପାଠକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ ବା ଆଇଆଇଡବ୍ଲ୍ୟୁଏମ ପକ୍ଷରୁ ଚାଲୁଥିବା ଫାର୍ମର ଫାଷ୍ଟ ପ୍ରକଳ୍ପ ଦ୍ୱାରା ଗୀତାଞ୍ଜଳୀ ପ୍ରଶିକ୍ଷଣ ପାଇ ସଂସ୍ଥାନର ବୈଜ୍ଞାନିକମାନଙ୍କ ନିୟମିତ ତତ୍ତ୍ୱାବଧାନରେ ବିଭିନ୍ନ ଆଧୁନିକ କୃଷି ପଦ୍ଧତି ଯଥା ସୂକ୍ଷ୍ମ ଜଳସେଚନ, ପଲିଥିନ ମଲଚିଂ ଦ୍ୱାରା ଜଳ ସଂରକ୍ଷଣ କରି କଦଳୀ ଚାଷ, ମକା ଚାଷ ଓ କନ୍ଦ ଜାତୀୟ ଫସଲ ଚାଷ ତଥା ପନିପରିବା ଚାଷ ମାଧ୍ୟମରେ କୃଷିର ବିବିଧିକରଣ କରି ସେ ସ୍ୱୟଂସମ୍ପନ୍ନ ହୋଇପାରିଛନ୍ତି।

କୃଷିର ଆୟରୁ ଗଭୀର ନଳକୂପ ଖୋଳି ନିଜ ଜମି ଓ ଲିଜ୍‍ ଜମିରେ ପନିପରିବା ଚାଷ କରୁଛନ୍ତି। ଏହା ସହ ଗାଈ, ଛେଳି ଓ କୁକୁଡା ଚାଷ ମାଧ୍ୟମରେ ନିଜର ଆୟକୁ ବୃଦ୍ଧି କରିପାରିଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଗ୍ରାମର ଓ ଆଖପାଖ ପଡୋଶୀ ଗ୍ରାମର ମହିଳାମାନଙ୍କୁ ଉନ୍ନତ ଜଳ ପ୍ରବନ୍ଧନ ବିଷୟରେ ପ୍ରଶିକ୍ଷିତ କରି କୃଷି ପ୍ରତି ଆକୃଷ୍ଟ କରିପାରିଛନ୍ତି। ସାହାରପଡା ସମେତ ଆଖପାଖ ଅଞ୍ଚଳର ଅନେକ ଚାଷୀ ଶ୍ରୀମତୀ ନାୟକଙ୍କ ପ୍ରେରଣାରେ ଉନ୍ନତ କୃଷି ପରିଚାଳନା କରି ସୂକ୍ଷ୍ମ ଜଳସେଚନ ଓ ପଲିଥିନ ମଲଚିଂ ଦ୍ୱାରା ପନିପରିବା, ମିଠା ମକ୍କା ଓ କଦଳୀ ଚାଷ କରି ଲାଭାନ୍ୱିତ ହେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅର୍ଜ୍ଜମାଦତ୍ତ ଷଡଙ୍ଗୀଙ୍କ ସମେତ ସମସ୍ତ ବୈଜ୍ଞାନିକମାନେ ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories