www.samajalive.in
Sunday, December 7, 2025
18.1 C
Bhubaneswar

ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ପ୍ରେମ: ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କଲେ ଯୁବକ

ଜଳେଶ୍ୱର : ବାଲେଶ୍ବର ଜିଲା ଜଳେଶ୍ୱର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଯୁବକ ପଞ୍ଚାନନ। ପ୍ରହରାଜପୁର ଗ୍ରାମର ମଦନ ପାତ୍ରଙ୍କ ଭିନ୍ନକ୍ଷମ ଝିଅ ଅନ୍ନପୂର୍ଣ୍ଣା ଜଳେଶ୍ୱର ଡିଗ୍ରୀ କଲେଜରେ ପଢ଼ୁଥିବାବେଳେ ଦକ୍ଷିଣ ପ୍ରହରାଜପୁର ଗାଁର ସଞ୍ଜୟ ଜେନାଙ୍କ ପୁଅ ପଞ୍ଚାନନ ଓରଫ କାହ୍ନାଙ୍କ ସହିତ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ପ୍ରଥମେ ଚାଟିଂ କରୁ କରୁ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଏବେ ସେମାନେ ପରିବାର ସହମତିରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି। ଗତକାଲି ରାତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଝିଅ ହୁଇଲ ଚେୟାରରେ ବେଦୀ ନିକଟକୁ ଆସିବା ପରେ ବରପକ୍ଷ ପରିବାର ଓ ଜ୍ଞାତି କୁଟୁମ୍ବ ତାଙ୍କୁ ଆଶୀର୍ବାଦ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories