www.samajalive.in
Sunday, December 14, 2025
26.1 C
Bhubaneswar

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

ଫେବୃଆରୀ ୨୬ରେ ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ଶିବରାତ୍ରୀକୁ ଖୁବ୍‌ ଖାସ୍‌ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଜ୍ୟୋତିଷ ଗଣନା ଅନୁସାରେ ମହାଶିବରାତ୍ରୀ ଦିନ ସୂର୍ଯ୍ୟ-ବୁଧ-ଶନି ତିନିଟି ଗ୍ରହ ଏକାଠି କୁମ୍ଭ ରାଶିରେ ରହିବେ । ଏହି ସଂଯୋଗ ପ୍ରାୟ ୧୪୯ ବର୍ଷ ପରେ ହେବାକୁ ଯାଉଛି।
ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ମହାଶିବରାତ୍ରୀରେ ଅନେକ ବର୍ଷ ପରେ ତ୍ରିଗ୍ରହୀ ଯୋଗ କାରଣରୁ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ସମସ୍ତ ଇଚ୍ଛା ପୂରଣ ହେବ। ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଧନ ସମ୍ପତ୍ତି ବୃଦ୍ଧି ହେବ । ପୂର୍ବରୁ ଥିବା ଆର୍ଥିକ ସମସ୍ୟା ଦୂର ହେବ । ଖର୍ଚ୍ଚ କମ୍‌ ହେବ। ମନପସନ୍ଦର ଚାକିରି ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ।

- Advertisement -

ମିଥୁନ- ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ସହ ଜଡିତ ସମସ୍ୟା ଦୂର ହେବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନ-ସମ୍ମାନ ବୃଦ୍ଧି ହେବ ।

ସିଂହ- ଜୀବନରେ ନୂତନ ଖୁସିର ଆଗମନ ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ।

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ। ଶୁଭ ସମୟର ଆରମ୍ଭ ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବେ। ଉନ୍ନତି ହେବ।

କୁମ୍ଭ- ମନ ପସନ୍ଦର ଚାକିରି ମିଳିବ। ଅନେକ ଦିନର ଇଚ୍ଛା ପୂରଣ ହେବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି।

ଏହି ମନିପ୍ଲାଣ୍ଟ ଥିଲେ ହୋଇଯିବେ କାଙ୍ଗାଳ; ଧନୀ ପାଖରେ ବି ରହିବନି ଟଙ୍କା..

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories