ଧାନ ପାଇଁ ତାତିଲେ ଚାଷୀ, ନୂତନ ଟୋକନ ପ୍ରଦାନ ସହ ମଣ୍ଡିରୁ ଧାନ ଉଠାଇବାକୁ ଦାବି

ପାରଳାଖେମୁଣ୍ଡି : ମଣ୍ଡିରୁ ଧାନ ନ ଉଠାଇବାକୁ ନେଇ ତାତିଲେ ଚାଷୀ। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏକାଠି ହୋଇ କାଶୀନଗର ବ୍ଲକ ଏନଏସି କାର୍ଯ୍ୟାଳୟ ବନ୍ଦ କରି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଫଳରେ ପାରଳାଖେମୁଣ୍ଡି -ଗୁଣପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନୂତନ ଟୋକନ ପ୍ରଦାନ ସହ ମଣ୍ଡିରୁ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାସୁଝା କରୁଛି।

Comments are closed.