www.samajalive.in
Friday, December 5, 2025
20.1 C
Bhubaneswar

ମହାକୁମ୍ଭରେ ବୁଡ଼ ପକାଇବାକୁ ଡାକି ପତ୍ନୀଙ୍କୁ ହତ୍ୟା : ପତି ଗିରଫ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରିବା ଯୋଜନାକୁ ମହାକୁମ୍ଭରେ କାର୍ଯ୍ୟକାରୀ କରିଛନ୍ତି। ଦିଲ୍ଲୀର ତ୍ରିଲୋକପୁରୀ ବାସିନ୍ଦା ଅଶୋକ କୁମାର ନାମକ ଏହି ବ୍ୟକ୍ତି ଦୁଇ ସାବାଳକ ପୁତ୍ର ସନ୍ତାନର ଜନକ ହୋଇଥିବା ସତ୍ତ୍ବେ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ପରକୀୟା ପ୍ରୀତିରେ ପତ୍ନୀ ବାଧା ସୃଷ୍ଟି କରୁଥିବାରୁ ଅଶୋକ ପତ୍ନୀ ମୀନାକ୍ଷୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ମୀନାକ୍ଷୀଙ୍କୁ ମହାକୁମ୍ଭରେ ବୁଡ଼ ପକାଇବା ଆଶା ଦେଖାଇ ପ୍ରୟାଗରାଜ ନେଇଥିଲେ। ପତି ପତ୍ନୀ ଗତ ୧୭ରେ ପ୍ରୟାଗରାଜର ଏକ ହୋଟେଲରେ ଅବସ୍ଥାନ କରିଥିବାବେଳେ ୧୮ରେ ସଙ୍ଗମରେ ବୁଡ ପକାଇଥିଲେ। ଅଶୋକ ଏହି ବୁଡ଼ ପକାଇବାର ଭିଡିଓ ଓ ଫଟୋଗୁଡିକୁ ନିଜର ପୁଅମାନଙ୍କ ନିକଟକୁ ପଠାଇଥିଲେ। ତେବେ ୧୮ ରାତିରେ ହୋଟେଲ ରୁମ୍‌ରେ ଅଶୋକ ଓ ମୀନାକ୍ଷୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା। ମୀନାକ୍ଷୀ ବାଥ୍‌ରୁମରେ ପ୍ରବେଶ କରିବା ମାତ୍ରେ ଅଶୋକ ପଛପଟରୁ ଏକ ଛୁରି ସାହାଯ୍ୟରେ ତାଙ୍କ ବେକ କାଟିଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୀନାକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ଅଶୋକ ଏହା ପରେ ନିଜର ରକ୍ତଭିଜା ପୋଷାକ ବଦଳାଇ ହୋଟେଲରୁ ବାହାରି ଯାଇଥିଲେ। ଅଶୋକ ପୁଅକୁ ଫୋନ କରି କହିଥିଲେ ଯେ ମହାକୁମ୍ଭରେ ମାଆ ହଜି ଯାଇଛି। ଯେତେ ଖୋଜାଖୋଜି କଲେ ମଧ୍ୟ ମାଆର ସନ୍ଧାନ ମିଳୁନାହିଁ। ଏପରିକି ଅଶୋକ ନିକଟସ୍ଥ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲେ। ତେବେ ପୁଅ ଆଶିଷକୁ ଏକଥା ହଜମ ହେଲା ନାହିଁ। ସେ କିଛି ସମ୍ପର୍କୀୟଙ୍କୁ ନେଇ ୨୦ରେ ପ୍ରୟାଗରାଜରେ ପହଞ୍ଚିଥିଲେ। ମାଆଙ୍କ ଫଟୋ ଦେଖାଇବା ପରେ ପୁଲିସ ମହାକୁମ୍ଭ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଉକ୍ତ ହୋଟେଲ ପ୍ରକୋଷ୍ଠକୁ ଯାଞ୍ଚ କରିଥିଲା। ସେଥିରୁ ମୀନାକ୍ଷୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହେବା ପରେ ଅଶୋକକୁ ଗିରଫ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories