www.samajalive.in
Friday, December 5, 2025
20.1 C
Bhubaneswar

‘ବିରୋଧୀଙ୍କ ମନରୁ ଦାସତ୍ବ ମାନସିକତା ଯାଇନାହିଁ’

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ବର୍ତ୍ତମାନ ଅନ୍ତିମ ଲଗ୍ନରେ ଉପନୀତ ହୋଇଛି। ଇତିମଧ୍ୟରେ ୬୨ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଥିବାବେଳେ ଫେବୃଆରୀ ୨୬ ସୁଦ୍ଧା ଏହି ସଂଖ୍ୟା ୭୦ କୋଟି ଟପିବ ବୋଲି ଆଶା କରାଯାଉଛି। ଏଭଳି ଏକ ବିରାଟ ଧାର୍ମିକ ସମାବେଶକୁ ସୁରୁଖୁରୁରେ ଆୟୋଜନ କରିବା ଅତ୍ୟନ୍ତ କଷ୍ଟକର ହୋଇଥିଲେ ସୁଦ୍ଧା ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର ଏ ପର୍ଯ୍ୟନ୍ତ ଏହି ଦାୟିତ୍ବ ସୁଚାରୁ ରୂପେ ବହନ କରିଚାଲିଛନ୍ତି। ଅବଶ୍ୟ ଦଳାଚକଟା ଏବଂ ଅଗ୍ନିକାଣ୍ଡ ଭଳି ଛୋଟବଡ ଦୁର୍ଘଟଣାକୁ ବାଦ ଦେଲେ ମହାକୁମ୍ଭର ଗୁରୁତ୍ବ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ  ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁକୁମ୍ଭ ବୋଲି ଆକ୍ଷେପ କରିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମହାକୁମ୍ଭର ଆୟୋଜନ ଓ ବ୍ୟୟ ଅଟକଳକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀଙ୍କ ମନରୁ ବ୍ରିଟିଶ ଅମଳର ଦାସତ୍ବ ମାନସିକତା ଏ ପର୍ଯ୍ୟନ୍ତ ଦୂର ହୋଇନଥିବା ମୋଦୀ କହିଛନ୍ତି। ଟିଏମ୍‌ସି, ଡିଏମକେ, ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳଗୁଡିକ ସନାତନ ଧର୍ମକୁ ନେଇ ଯେପରି ରାଜନୀତି କରୁଛନ୍ତି, ତାହା ବାସ୍ତବିକ ଲଜ୍ଜାଜନକ ବୋଲି ମୋଦୀ କହିଛନ୍ତି। କେତେକ ବିଦେଶୀ ଶକ୍ତି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ନେତାଙ୍କୁ ସମର୍ଥନ କରୁଥିବାରୁ ଦେଶରେ ଧାର୍ମିକ ବିଭାଜନ ସୃଷ୍ଟି ହେଉଥିବା ସେ କହିଛନ୍ତି। ହିନ୍ଦୁ ଧର୍ମ, ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣି ଉପରେ ପ୍ରତିକୂଳ ମନ୍ତବ୍ୟ ଦେଉଥିବା ଏଭଳି ନେତାମାନେ ପ୍ରଥମେ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଧ୍ୟାନ ଦେବାକୁ ମୋଦୀ ପରାମର୍ଶ ଦେଇଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories