www.samajalive.in
Sunday, December 7, 2025
26.1 C
Bhubaneswar

ଫ୍ରେଡ୍‌ରିକ୍ ମର୍ଜ ଜର୍ମାନୀ ନୂଆ ଚାନ୍‌‌ସେଲର

ବର୍ଲିନ: ଜର୍ମାନୀ ସାଧାରଣ ନିର୍ବାଚନରେ କଞ୍ଜରଭେଟିଭ ଦଳର ବିଜୟ ହୋଇଛି। ବିଜୟ ପରେ ଫ୍ରେଡ୍‌ରିକ୍ ମର୍ଜ  ଚାନ୍‌‌ସେଲର ହେବାର ରାସ୍ତା ପରିସ୍କାର ହୋଇଯାଇଛି। ସୋସିଆଲ ଡେମୋକ୍ରେଟିକ ଦଳ ପରାଜୟ ସ୍ୱୀକାର କରିଥିବାବେଳେ ଫ୍ରେଡ୍‌ରିକ୍ ମର୍ଜ  ଖୁବ ଶୀଘ୍ର ନୂଆ ସରକାର ଗଠନ କରିବେ ବୋଲି ସୂଚନା ମିଳିଛି। ଜର୍ମାନୀର ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ୟୁନିଅନ୍ ଦେଶର ସାଧାରଣ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇ ବିଜୟୀ ହେବ ପରେ ଫ୍ରେଡ୍‌ରିକ୍ ମର୍ଜ ଦେଶର ନେତୃତ୍ୱ ନେବାକୁ ଯାଉଛନ୍ତି। ତାଙ୍କ ପାର୍ଟି ଓଲାଫ ସ୍କୋଲଜଙ୍କ ବାମପନ୍ଥୀ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି (ଏସପିଡି)କୁ ପରାସ୍ତ କରିଛି। ତାଙ୍କ ପାର୍ଟି ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ୟୁନିଅନ୍ (ସିଡିୟୁ) ଏବଂ ଖ୍ରୀଷ୍ଟିଆନ ସୋସିଆଲ୍ ୟୁନିଅନ୍ (ସିଏସୟୁ)କୁ ନେଇ ଗଠିତ ହୋଇଥିବାବେଳେ ଏହା ୨୮.୫ ପ୍ରତିଶତ ଭୋଟ୍ ଜିତିଛି। ରବିବାର ସନ୍ଧ୍ୟାରେ ତାଙ୍କ ଦଳ ଏକ ବଡ଼ ବିଜୟ ଆଡକୁ ଯାଉଥିବାବେଳେ ମର୍ଜ ତାଙ୍କ ସମର୍ଥକଙ୍କୁ କହିଥିଲେ ଯେ ଜର୍ମାନୀ ପୁଣି ଥରେ ନିର୍ଭରଯୋଗ୍ୟ ଭାବରେ ପରିଚାଳିତ ହେବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories