www.samajalive.in
Sunday, December 14, 2025
16.1 C
Bhubaneswar

ଶିଳ୍ପପତିଙ୍କ ଝିଅକୁ ଉଗାଣ୍ଡା ଜେଲରେ ଅକଥନୀୟ ନିର୍ଯାତନା

ସମାଜ ଡିଜିଟାଲ ଡେସ୍କ: ଉଗାଣ୍ଡା ଜେଲରେ ଭାରତୀୟ ବଂଶୋଦ୍ଭବ ତଥା ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ବେଆଇନ ଭାବେ ତାଙ୍କୁ ଗିରଫ କରାଯିବା ସହିତ ୨୦ରୁ ଅଧିକ ଦିନ ଧରି ଜେଲରେ ବନ୍ଦୀ କରି ରଖାଯାଇଛି। ଏପରି କି ସେ ଦୋଷମୁକ୍ତ ଥିବା ଜଣାପଡ଼ିବା ପରେ ମଧ୍ୟ ତାଙ୍କୁ ମିଥ୍ୟା ମାମଲା ଫସାଇବାକୁ ଉଦ୍ୟମ କରାଯାଇଛି। ୪/୫ ମାସ ତଳେ ଘଟିଥିବା ଏହି ଘଟଣା ସମ୍ପର୍କରେ ବସୁନ୍ଧରା ଏବେ ମୁହଁ ଖୋଲିଛନ୍ତି।

ସୂଚନା ଅନୁସାରେ, ମୁକେଶ ମିନାରିଆ ନାମକ ଜଣେ ପୂର୍ବତନ କର୍ମଚାରୀଙ୍କୁ ଅପହରଣ ଏବଂ ହତ୍ୟା କରିବା ଅଭିଯୋଗରେ ଉଗାଣ୍ଡା ପୁଲିସ ଗତ ୨୦୨୪ ଅକ୍ଟୋବର ୧ ତାରିଖରେ ବସୁନ୍ଧରାଙ୍କୁ ଗିରଫ କରିଥିଲା। ବିନା ୱାରେଣ୍ଟରେ ତାଙ୍କୁ ବଳ ପୂର୍ବକ ଭ୍ୟାନରେ ପକାଇ ନିଆଯାଇଥିଲା। ତାଙ୍କୁ କୋର୍ଟରେ ହାଜର ନ କରି ବେଆଇନ ଭାବେ ୫ ଦିନ ଧରି ଜେଲରେ ବନ୍ଦ କରି ରଖାଯାଇଥିଲା। ମୁକେଶ ଜୀବିତ ଥିବା ଜଣାପଡ଼ିବା ଏବଂ ସେ ତାଞ୍ଜାନିଆରେ ଥିବା ସ୍ପଷ୍ଟ ହେବା ସତ୍ବେ ତାଙ୍କୁ ୨ ସପ୍ତାହରୁ ଅଧିକ ସମୟ ଜେଲରେ ରଖାଯାଇଥିଲା। ହତ୍ୟା ମାମଲାକୁ ହତ୍ୟା ଉଦ୍ୟମ ମାମଲାରେ ପରିବର୍ତ୍ତନ କରାଯାଇଥିଲା। ଏପରି କି ମୌଳିକ ସୁବିଧା ଯୋଗାଇଦେବା ଲାଗି ତାଙ୍କ ପରିବାରକୁ ଲାଞ୍ଚ ମଧ୍ୟ ଦେବାକୁ ପଡ଼ିଥିଲା। ଏହା ସତ୍ବେ ତାଙ୍କୁ ଦଣ୍ଡ ସ୍ବରୂପ ଶୌଚାଳୟ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ଏସବୁ ଟଙ୍କା ପାଇଁ କରାଯାଇଥିଲା ବୋଲି ବସୁନ୍ଧରା ଗଣମାଧ୍ୟମ ଆଗରେ କହିଛନ୍ତି। ଆଇନଗତ ଲଢ଼େଇ ପରେ ଅକ୍ଟୋବର ୨୧ରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ତାଙ୍କ ପାସପୋର୍ଟ ଫେରସ୍ତ କରାଯାଇ ନ ଥିଲା। ଡିସେମ୍ବର ୧୦ରେ ତାଙ୍କ ପାସର୍ପୋଟ ଦିଆଯାଇଥିଲା। ଡିସେମ୍ବର ୧୯ରେ କୋର୍ଟ ମାମଲାକୁ ଡିସମିସ କରିଥିଲେ। ଉଗାଣ୍ଡାରେ ତାଙ୍କ ମାନବାଧିକାରଙ୍କୁ ହତ୍ୟା କରାଯାଇଛି ବୋଲି ବସୁନ୍ଧରା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories