www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡି ଓ ଟିଏମସି ଗୋଟିଏ ତୁଠର ଗ୍ରାହକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଜେଡି ଓ ଟିଏମସି ଗୋଟିଏ ତୁଠର ଗ୍ରାହକ; ସିବିଆଇ ପ୍ରସଙ୍ଗରେ ସଂସଦରେ ବିଜେଡିର ଆଭିମୁଖ୍ୟ ଏହାକୁ ପ୍ରମାଣିତ କରୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସିବିଆଇ ନିରପକ୍ଷେତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ସିବିଆଇ ଚିଟଫଣ୍ଡ ଠକେଇର ତଦନ୍ତ କରୁଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପୃଷ୍ଠପୋଷକତାରେ ଚିଠଫଣ୍ଡ ଲୁଟ ହୋଇଥିଲା।
ଏବେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଚାହୁଁଛନ୍ତି କି ନାହିଁ ପ୍ରଥମେ ସ୍ପଷ୍ଟ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ପୂର୍ବରୁ ଚିଟଫଣ୍ଡ ଠକେଇରେ ଡଜନ ଡଜନ ମନ୍ତ୍ରୀ ବିଧାୟକ ସାଂସଦ ଜେଲ ଯାଇଛନ୍ତି; ଏବିଷୟରେ ସିବିଆଇ କ’ଣ ତଦନ୍ତ କରିବା ଉଚିତ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ବିଜୁ ଜନତା ଦଳ ଠାରୁ ଜାଣିବାକୁ ଚାହିଁଛନ୍ତି। ଏପରିକି ସରୋଜ ସାହୁ କିଏ ନବୀନ ବାବୁ କ’ଣ ତାର ଉତ୍ତର ଦେବା ଉଚିତ ନୁହେଁ କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଲଟା ପ୍ରଶ୍ନ କରିଛନ୍ତି। ଚିଟଫଣ୍ଡ ଠକେଇ ପ୍ରସଙ୍ଗରେ ଦାସ କମିଶନ ବସାଇ ବିଜେଡି ଡ୍ରାମା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରି କହିଛନ୍ତି ଯେ ସିବିଆଇକୁ ତାର କାମ କରିବାକୁ ଦିଆଯାଉ।
ଯଦି ନବୀନ ବାବୁ ଏତେ ସ୍ୱଚ୍ଛ ତେବେ ଏତେ ଡର କାହିଁକି ବୋଲି ପଚାରିଛନ୍ତି। ଗତ ପଞ୍ଚାୟତ ଏବଂ ଆଗାମୀ ସାଧାରଣ ନିର୍ବଚନ ପୂର୍ବରୁ ସିବିଆଇର ତତ୍ପରତା ନେଇ ଉଠିଥିବା ସନ୍ଦେହ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସୁପ୍ରିମକୋର୍ଟ ଚିଟଫଣ୍ଡ ତଦନ୍ତ ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରିନଥିଲେ।
ବିଜେଡି ସାଂସଦ ଭର୍ତ୍ତୁହରି ମହାତାବଙ୍କୁ ବିଦୃପ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଯେଉଁ ବନ୍ଧୁ ଆଜି ଲୋକସଭାରେ ସିବିଆଇ ପ୍ରସଙ୍ଗ ଉଠାଇଛନ୍ତି ତାଙ୍କ ମନରେ କାହିଁକି କଷ୍ଟ ହେଉଛି ବୁଝାପଡ଼ୁଛି। ତାଙ୍କ ବାମ ଓ ଡାହଣ ହାତ ଜେଲରେ ଏବଂ ବେଲରେ ଅଛନ୍ତି। କଟକ ସାଂସଦ ଭର୍ତ୍ତୁହରି ମହାତାବଙ୍କ ସହ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସଂପର୍କକୁ ଇଙ୍ଗିତ କରି ସେ କିଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡି ଠାରୁ ଜାଣିବାକୁ ଚାହିଁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories