www.samajalive.in
Friday, December 5, 2025
27.1 C
Bhubaneswar

ଡାଟମ୍‍ କମ୍ପାନୀ ନିର୍ଦ୍ଦେଶକଙ୍କୁ କୋର୍ଟ ପରିସରରେ ଜମାକାରୀଙ୍କ ମାଡ଼

ବ୍ରହ୍ମପୁର: ଚିଟଫଣ୍ଡ ସଂସ୍ଥା ଡାଟମର ନିର୍ଦ୍ଦେଶକ ବ୍ରଜମୋହନ ପଟ୍ଟନୟକଙ୍କୁ କୋର୍ଟ ପରିସରରେ ଜମାକରୀମାନେ ଠେଲାପେଲା କରି ମାଡ ମାରିଛନ୍ତି। ପୁଲିସ ବଳୟ ଭେଦ କରି ଉତ୍ତ୍ୟକ୍ତ ଜମାକରୀମାନେ ନିର୍ଦ୍ଦେଶକଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କିଛି ଅଘଟଣ ଘଟିବା ପୂର୍ବରୁ ପୁଲିସ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଟଙ୍କା ଫେରି ପାଇବେ ବୋଲି ଚାତକ ଭଳି ଚାହିଁ ରହିଥିବା କ୍ଷତିଗ୍ରସ୍ତ ଜମାକାରୀ ଆଜି କ୍ରୋଧ ସମ୍ବରଣ କରିପାରିନଥିଲେ।
ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଡାଟମ୍‍ର ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟାନୟକ ଓ ତାଙ୍କ ପତ୍ନୀ ତ୍ରିଧାରା ମହାନ୍ତିଙ୍କୁ ଫେବୃଅାରୀ ୪ ତାରିଖରେ ହାଜର ହେବାକୁ ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଚିଟ୍‍ଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ନିର୍ଦ୍ଦେଶକ ଦମ୍ପତି ସୋମବାର ଅପରାହ୍ନରେ କୋର୍ଟରେ ହାଜର ହୋଇଥିଲେ। ଆଜି ନିର୍ଦ୍ଦେଶକ ଦମ୍ପତି କୋର୍ଟରେ ହାଜର ହେଉଥିବା ବିଷୟ କମ୍ପାନୀର ଜମାକାରୀ ତଥା ଏଜେଣ୍ଟମାନେ ପୂର୍ବରୁ ଜାଣିଥିଲେ। ସେହି ଅନୁସାରେ ୩୦ରୁ ଊର୍ଦ୍ଧ୍ବ ଜମାକାରୀ କୋର୍ଟ ପରିସରରେ ଏକତ୍ରିତ ହୋଇଥିଲେ। ଅପରାହ୍ନରେ କୋର୍ଟରେ ହାଜର ହେବା ପରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ବ୍ରଜମୋହନଙ୍କୁ ବାହାରକୁ ଅଣାଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଜମାକାରୀ ବ୍ରଜମୋହନଙ୍କୁ ଘେରି ଯାଇଥିଲେ। ପୁଲିସ କର୍ମଚାରୀଙ୍କ ବାରଣ ସତ୍ତ୍ବେ ଜମାକାରୀମାନେ ଶୁଣିନଥିଲେ। ଟଙ୍କା କେବେ ଫେରାଇବ ବୋଲି ବ୍ରଜମୋହନଙ୍କୁ ଜମାକାରୀମାନେ ପ୍ରଶ୍ନ କରିଥିଲେ। ତେବେ କୋର୍ଟ ମାମଲା ଶେଷ ହେବା ପରେ ଟଙ୍କା ମିଳିବ ବୋଲି ବ୍ରଜମୋହନ ଉତ୍ତର ଦେଇଥିବା ବେଳେ କୋର୍ଟକୁ ପଚାରି ଟଙ୍କା ନେଇଥିଲ କି ବୋଲି ଜମାକାରୀମାନେ ଓଲଟା ପ୍ରଶ୍ନ କରିଥିଲେ। କିଛି ଜମାକାରୀ ବ୍ରଜମୋହନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାର ମାର ବୋଲି ପାଟି କରିଥିଲେ। ବ୍ରଜମୋହନ ପୁଲିସ ଗାଡିରେ ବସିବା ପୂର୍ବରୁ ଜଣେ ଦୁଇ ଜଣ ଜମାକାରୀ ତାଙ୍କ ଉପରକୁ ହାତ ମଧ୍ୟ ଉଠାଇ ଦେଇଥିଲେ। ତରବରିଆ ଭାବେ ପୁଲିସ କର୍ମଚାରୀମାନେ ତାଙ୍କୁ ଗାଡିରେ ବସାଇ ନେଇଯାଇଥିଲେ।
ସୂଚନାଯୋଗ୍ୟ, ବ୍ରହ୍ମପୁର ତଥା ଏହାର ଆଖପାଖ ଅଞ୍ଚଳରୁ ୫୦ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଚିଟ୍‍ଫଣ୍ଡ କମ୍ପାନୀ ଡାଟମର ନିର୍ଦ୍ଦେଶକ ଦମ୍ପତିିଙ୍କୁ ଗୋଳନ୍ଥରା ଥାନା ପୁଲିସ ୨୦୧୮ ନଭେମ୍ବର ୬ରେ ଗିରଫ କରିଥିଲା। ଗିରଫର ୬୦ ଦିନ ମଧ୍ୟରେ ତଦନ୍ତ ଅଧିକାରୀ ଚାର୍ଟସିଟ୍‍ ଦାଖଲ କରି ପାରିନଥିବାରୁ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଜାନୁୟାରୀ ୨୧ରେ ଏହି ନିର୍ଦ୍ଦେଶକ ଦମ୍ପତି ଜାମିନ ପାଇ ମୁକୁଳିଥଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସିଆରପିସି ଧାରା ୪୩୭(୫) ପ୍ରକାରେ ଅଭିଯୁକ୍ତ ଦମ୍ପତିଙ୍କ ଜାମିନ ରଦ୍ଦ କରାଯାଇ ତାଙ୍କୁ ପୁଣିଥରେ ଗିରଫ କରିବାକୁ ସ୍ୱତନ୍ତ୍ର ପିପି ବିଜୟ କୁମାର ପ୍ରଧାନ ଚିଟ୍‍ଫଣ୍ଡ କୋର୍ଟରେ ପିଟିସନ ଦାଖଲ କରିଥିଲେ। ସେହି ପିଟିସନର ଶୁଣାଣି କରି ବ୍ରହ୍ମପୁର ସ୍ୱତନ୍ତ୍ର ଚିଟ୍‍ଫଣ୍ଡ କୋର୍ଟ ନିର୍ଦ୍ଦେଶକ ଦମ୍ପତିିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ନିର୍ଦ୍ଦେଶକ ଦମ୍ପତି କୋର୍ଟରେ ହାଜର ହୋଇଥିଲେ। ଅଭିଯୁକ୍ତ ଦମ୍ପତିିଙ୍କ ଓକିଲ କୋର୍ଟକୁ ୧୦ ଦିନ ସମୟ ମାଗିଥିଲେ। ଜାମିନ ରଦ୍ଦ ମାମଲାର ଶୁଣାଣି ଆସନ୍ତା ୬ ତାରିଖରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories