www.samajalive.in
Saturday, December 6, 2025
19.1 C
Bhubaneswar

ଗର୍ଭବତୀ ମା’ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଫୁଲବାଣୀ: ଗୋଛାପଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁର୍ଗମ ଓ ଅପହଞ୍ଚ ଦୂରରେ ଥିବା ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ବେଛାସେବୀ ସଂଗଠନ ବାଲ ରକ୍ଷା ଭାରତ ଦ୍ୱାରା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଶିବିରରେ ୧୦୦ରୁ ଅଧିକ ବିପଦ ସଂକୁଳ ଓ ଅନ୍ୟାନ୍ୟ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରାଯିବା ସହ ଔଷଧ ଦିଆଯାଇଥିଲା। ଫିରିଙ୍ଗିଆ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରବୋଧ କୁମାର ପ୍ରଧାନ, ଗୋଛାପଡା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସାହିସ୍ତା ପରବିନ ସମସ୍ତଙ୍କ ଚିକତ୍ସା କରିଥିବା ବେଳେ ଉପସ୍ଥିତ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲ ରକ୍ଷା ଭାରତର ରାଜ୍ୟ ମୁଖ୍ୟ ଡ଼ଃ ଅଭିଜିତ ଭଦ୍ର ଓ ଜାତୀୟ ସ୍ତରର ମ୍ୟାନେଜର ଡ଼ଃ ତନଭି ଚୌହାନ, ବ୍ଲକ ମ୍ୟାନେଜର ହର ଗୋବିନ୍ଦ ଜାନି, ଜିଲ୍ଲାର ଡେପୁଟି ମ୍ୟାନେଜର ଆଶିଷ ମହାନ୍ତି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଡିଜିଟାଲ ଷ୍ଟେଥୋସକୋପ ଆଦିର ସହଯୋଗ ବିଷୟରେ ଅବଗତ କରାଇଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories