www.samajalive.in
Monday, December 15, 2025
16.1 C
Bhubaneswar

ନିୟମଗିରି ଡଙ୍ଗରିଆଙ୍କ ଜଳ କଷ୍ଟ, ବିଭାଗ ଅଚିନ୍ତା

କଲ୍ୟାଣସିଂହପୁର: ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଜଳ କଷ୍ଟ ଭୋଗୁଛନ୍ତି ନିୟମଗିରି ପାହାଡ଼ ଅଞ୍ଚଳର ବିଭିନ୍ନ ଗ୍ରାମର ଡଙ୍ଗରିଆ। ଦୀର୍ଘ ବର୍ଷ ଧରି ଏମାନେ ଜଳ କଷ୍ଟ ଭୋଗି ଆସୁଛନ୍ତି। ସମସ୍ୟାର ସମାଧାନ ପାଇଁ ଡିକେଡିଏ ପ୍ରକଳ୍ପ ପକ୍ଷରୁ ମୌଳିକ ସମସ୍ୟା ଜଳ ଯୋଗାଣ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କିନ୍ତୁ ବ୍ଲକ ଜଳଯୋଗଣ ବିଭାଗ ପକ୍ଷରୁ ସେମିତି କିଛି କାର୍ଯ୍ୟ ହାତକୁ ନେଇ ନ ଥିବାରୁ ଆଜି ବି ଜଳ କଷ୍ଟ ଭୋଗିବାକୁ ପଡୁଛି ଡଙ୍ଗରିଆମାନଙ୍କୁ। ପାର୍ଷାଲି ଓ ସୁନାଖଣ୍ଡି ପଞ୍ଚାୟତର ପାରାମାଲି ଟେବାପଡା, ପାଞ୍ଚକୋଡ଼ି, କାଡ୍ରାକା ବଣ୍ଡେଲି ଗ୍ରାମରେ ଲୋକେ ରାତି ଅନିଦ୍ରା ହୋଇ ଝରଣା କୂଳରେ ଅଳ୍ପ ପାଣି ବାହାରୁ ଥିବାରୁ ପାଣିକୁ ଅପେକ୍ଷା କରି ରହୁଛନ୍ତି। ଏହି ଗ୍ରାମଗୁଡ଼ିକରେ ନଳକୂଅରୁ ସୋଲାର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ଜଳଯୋଗାଣ ବିଭାଗର ଦାୟିତ୍ଵହୀନତା ପାଇଁ ଲୋକଙ୍କୁ ମୁନ୍ଦାଏ ପାଣି ମିଳୁନି। ପାହାଡ଼ ଉପରେ ଗ୍ରାମଗୁଡ଼ିକ ରହୁଥିବାରୁ ସ୍ପ୍ରେଙ୍ଗ ୱାଟର ମାଧ୍ୟମରେ ପାଇପ ଯୋଗେ ଗ୍ରାମକୁ ଜଳ ଯୋଗାଉଥିଲେ ମଧ୍ୟ ବର୍ଷକୁ ବର୍ଷ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍‌ କରି ଟଙ୍କା ଆତ୍ମସାତ କରୁଥିବା ଡଙ୍ଗରିଆମାନେ ଅଭିଯୋଗ କରିଛନ୍ତି। ଫଳରେ ପାଇପଗୁଡ଼ିକ ଫାଟିଯିବା ସହ କୁଣ୍ଡ, ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ଜଳ ଯୋଗାଣ ବିଭାଗ ଚୁପ୍ ହୋଇ ବସିବା ଡଙ୍ଗରିଆଙ୍କୁ ଆଶ୍ଚର୍ଯ୍ୟ କରିଛି। ଡିକେଡିଏ ଅଞ୍ଚଳ ପାଇଁ ସରକାର ଜନମନ ଯୋଜନା କରିଥିଲେ ମଧ୍ୟ ପାଣି ମୁନ୍ଦାଏ ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ ବିଫଳ ହୋଇଛି କହିଲେ ଭୁଲ ହେବନାହିଁ। ଗ୍ରୀଷ୍ମ ଆସିବା ପୂର୍ବରୁ ପ୍ରତି ଗ୍ରାମରେ ଜଳ ସମସ୍ୟା ବଡ଼ିଥାଏ। କିନ୍ତୁ ବିଭାଗୀୟ ଯନ୍ତ୍ରୀ କେବଳ ଧାନ ମଣ୍ଡିଗୁଡ଼ିକ ବୁଲୁଥିବାରୁ ଜଳ ସମସ୍ୟା ସମାଧାନ କରି ପାରୁନାହାନ୍ତି। ଲୋକେ ଅଭିଯୋଗ କରିବାକୁ ଗଲେ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ବିଡିଓ ମନିସା ଦାସଙ୍କ ନିକଟରେ ଅଭିଯୋଗ କରିଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଜଣାପଡ଼ିଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories