www.samajalive.in
Saturday, December 13, 2025
18.1 C
Bhubaneswar

ମହାକୁମ୍ଭ ସ୍ନାନ କରି ଫେରୁଥିଲେ; ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ

ପାଟନା : ପ୍ରୟାଗରାଜରୁ ମହାକୁମ୍ଭ ସ୍ନାନ କରି କାର୍‌ ଯୋଗେ ପାଟନା ଫେରୁଥିବା ଗୋଟିଏ ପରିବାରର ୬ ଜଣଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଜଗଦୀଶପୁର ଥାନା ଅନ୍ତର୍ଗତ ଦୁହ୍ଲୀନଗଞ୍ଜ ନିକଟରେ ଶୁକ୍ରବାର ଭୋର ସମୟରେ ଘଟିଛି। ମୃତକଙ୍କ ମଧ୍ୟରେ ଦମ୍ପତି, ତାଙ୍କର ଦୁଇ କନ୍ୟା ସମେତ ୬ ଜଣ ସାମିଲ ରହିଛନ୍ତି । ସଭିଏଁ ବିହାରର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପରିବାରର ସମସ୍ତେ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ। ପାଟନା ପହଞ୍ଚିବାର ୪୦ କିମି ପୂର୍ବରୁ ଆରା-ମୋହନିୟା ଜାତୀୟ ରାଜପଥ ଜଗଦୀଶପୁର ନିକଟରେ ଗାଡି ଚାଳକଙ୍କ ଆଖି ଲାଗିଯିବାରୁ କାର୍‌ଟି ରାଜପଥରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। କାର୍‌ଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। କାର୍‌ର ଗୋଟିଏ ଚକ ପ୍ରାୟ ୨୦ ଫୁଟ୍‌ ଦୂରରେ ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକତ୍ରିତ ହେବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଭିଁଙ୍କୁ ମେଡିକାଲ ନେଇଥିଲା। କାର୍‌ର ପଛ ସିଟ୍‌ରେ ୨ ଜଣ ମହିଳା, ୨ ଝିଅ ବସିଥିଲେ। ଆଗ ସିଟ୍‌ରେ ଜଣେ ଚାଳକ ଓ ଜଣେ ପୁରୁଷ ବସିଥିଲେ। ଦୁର୍ଘଟଣାର ଶବ୍ଦ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories