ଭୁବନେଶ୍ୱର ବିମାନବନ୍ଦରରେ ପ୍ରଥମ, ପାଠାଗାରରୁ ବହି ନେଇପାରିବେ ଯାତ୍ରୀ

ଭୁବନେଶ୍ବର : ବକୁଳ ଫାଉଣ୍ଡେସନ ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ପଦକ୍ଷେପରେ ‘ଫ୍ଲାଏବ୍ରରୀ’ ପାଠାଗାର ଆରମ୍ଭ ହୋଇଛି। ଭୁବନେଶ୍ବର ଯାତ୍ରୀମାନେ ବିମାନବନ୍ଦରରେ ପ୍ରସ୍ଥାନ ଫାଟକ ପାଖରେ ଥିବା ବହିଥାକରୁ ବହି ଦେଖିପାରିବେ ଏବଂ ଯଦି ସେମାନେ ପୁସ୍ତକଟି ପସନ୍ଦ କରନ୍ତି ଏବଂ ଏହାକୁ ପଢ଼ି ଶେଷ କରିବାକୁ ଚାହାନ୍ତି ତେବେ ଏହାକୁ ନିଜ ସହିତ ନେଇପାରିବେ । ସେମାନେ ବିମାନବନ୍ଦରକୁ ପରବର୍ତ୍ତୀ ଗସ୍ତ ସମୟରେ ଆଗମନ ଫାଟକ ପାଖରେ ଥିବା ବହିଥାକରେ ଏହାକୁ ଫେରାଇ ପାରିବେ । ଭାରତରେ ଏହା ହେଉଛି ପ୍ରଥମ ପ୍ରୟାସ, ଯେଉଁଠାରେ କିଛି ଅର୍ଥ ଜମାନକରି ମାଗଣାରେ ପଢିବା ପାଇଁ ବହି ନେଇପାରିବେ । ବର୍ତ୍ତମାନ ଭାରତରେ କିଛି ବିମାନବନ୍ଦରରେ ପାଠାଗାର ସ୍ଥାପନ ହୋଇଛି। କିନ୍ତୁ କେହି ହି ପୁସ୍ତକ ନେବାକୁ ଅନୁମତି ଦିଅନ୍ତି ନାହିଁ । ଭୁବନେଶ୍ବର ବିମାନବନ୍ଦରରେ ପ୍ରସ୍ଥାନ ଏବଂ ଆଗମନରେ ବହିଥାକ ରହିଛି । ଜଣେ ନିଜ ପସନ୍ଦର ପୁସ୍ତକ ନେଇପାରିବ, ପଢ଼ିପାରିବ ଏବଂ ସେଠାକାର ବହିଥାକରେ ପୁନଃ ଫେରାଇ ଦେଇପାରିବ। ‘ଫ୍ଲାଏବ୍ରରୀ’ ପାଇଁ କିମ୍ବା ଓଡ଼ିଶା ବ୍ୟାପୀ ପାଠାଗାର ଆନ୍ଦୋଳନ ପାଇଁ ଲୋକେ ଭୁବନେଶ୍ଵରସ୍ଥିତ ବକ୍ସନ ଫାଉଣ୍ଡେସନକୁ ନିଜର ପୁରୁଣା ବହି ଦେଇପାରିବେ। ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆରେ ପୁସ୍ତକ ରହିଛି।

ବକୁଳ ଫାଉଣ୍ଡେସନ ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି ଯେ ୧୨ ବର୍ଷ ପୂର୍ବେ ଏହାର ମଞ୍ଜିରୋପଣ କରାଯାଇଥିଲା। ବାଣିଜ୍ୟ ଓ ରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସହାୟତାରେ ବିମାନ ବନ୍ଦରରେ ଏହି ପାଠାଗାର ପ୍ରତିଷ୍ଠା କରାଯାଇଥିଲା। ପ୍ରବାସୀ ଭାରତୀୟ ଦିବସରେ ଏହି ପ୍ରୟାସର ସଫଳତା ଦେଖ୍ ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ତ ପ୍ରଧାନ ଓ ତାଙ୍କ ସହକର୍ମୀ ଲାଇବ୍ରେରା ଜାରି ରହିବା ଉଚିତ ବୋଲି ଅନୁଭବ କରିଥିଲେ। ବକୁଳ ଫାଉଣ୍ଡେସନ ଲାଇବ୍ରେରୀ ରକ୍ଷଣାବେକ୍ଷଣ ପାଇଁ ବିମାନବନ୍ଦର କର୍ମଚାରୀଙ୍କୁ ତାଲିମ ଦେଇଛି। ପ୍ରତିଦିନ ବକୁଳର ଜଣେ ସ୍ୱେଚ୍ଛାସେବୀ ଗୋଟିଏ ଘଣ୍ଟା ପାଇଁ ବହି ସଜାଡ଼ିବା ଓ ଥାକରେ ନୂଆ ବହି ରଖିବାକୁ ଯାଉଛନ୍ତି।

Comments are closed.