www.samajalive.in
Thursday, December 11, 2025
16.1 C
Bhubaneswar

୫୧ ନୁହେଁ, ସାବରିମାଳାରେ ପ୍ରବେଶ କରିଛନ୍ତି ୨ ମହିଳା : କେରଳ ସରକାର

ତିରୁଭାନନ୍ତପୁରମ : ସାମରିମାଳରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଛେପ ଢୋକିଛନ୍ତି କେରଳ ସରକାର। ୫୧ ଜଣ ନୁହେଁ; ବରଂ ଅଦ୍ୟାବଧି କେବଳ ୨ ଜଣ ମହିଳା ହିଁ ମନ୍ଦିରରେ ପ୍ରବେଶ କରିଥିବା ​‌େ​‌ନଇ ପ୍ରମାଣ ରହିଛି ବୋଲି ସିପିଆଇଏମ୍ ନେତୃତ୍ବାଧୀନ ରାଜ୍ୟ ସରକାର ସୋମବାର ସ୍ବୀକାର କରିଛନ୍ତି। ସାବରିମାଳାରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଥମଥର ପାଇଁ ଏହି ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଥିଲେ ୨ ଜଣ ମହିଳା। ଏହାପରେ ମନ୍ଦିର ଭିତରକୁ ପ୍ରାୟ ୫୧ ଜଣ ମହିଳା ଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇଥିଲା। ମାତ୍ର ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ଅନୁମତି ସମ୍ବନ୍ଧୀୟ ସେପ୍ଟେମ୍ବର ୨୮ର ରାୟକୁ ବିରୋଧ କରି ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଗାମୀ ଦିନରେ ଶୁଣାଣି କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏବେ ମତ ପରିବର୍ତ୍ତନ କରିଛନ୍ତି। ବିନ୍ଦୁ ଆମିନି ଓ କନକଦୁର୍ଗା ନାମ୍ନୀ ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରମାଣ ଉପଲବ୍ଧ ରହିଛି ବୋଲି ଜଣେ କାର୍ଯ୍ୟନିର୍ବାହୀ ସରକାରୀ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟ ମହିଳାଙ୍କ ସମ୍ବନ୍ଧରେ ପ୍ରଶ୍ନ ହେବାରୁ ସେ କୌଣସି ଉତ୍ତର ଦେଇ ପାରି ନ ଥିବା ସୂଚନା ମିଳିଛି। ଉଲ୍ଲେଖ ଯେ ଜାନୁଆରୀ ୨ ପୂର୍ବାହ୍ଣରେ ଷହି ମହିଳା ଦ୍ବୟ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଭିତରକୁ ଯାଇଥିଲେ। ଏହାର ଏକ ସପ୍ତାହ ପରେ ଶଶିକଳା ନାମକ ଜଣେ ୪୮ ବର୍ଷ ବୟସ୍କ ମହିଳା ମଧ୍ୟ ମନ୍ଦିରକୁ ଯାଇଥିବା ରାଜ୍ୟ ସରକାରଙ୍କୁ ପକ୍ଷରୁ କୁହାଯାଇଥିଲା। ପରେ ମୋଟ ୫୧ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିବା ନେଇ ଜାନୁଆରୀ ୧୮ରେ ରାଜ୍ୟ ସରକାର ରିପୋର୍ଟ ପ୍ରକାଶ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories