www.samajalive.in
Monday, December 8, 2025
27.1 C
Bhubaneswar

ପକ୍ଷ ବଦଳାଇବା ନେଇ ରାହୁଲଙ୍କୁ ବିଜେପିର ସମାଲୋଚନା

ନୂଆଦିଲ୍ଲୀ : ସିବିଆଇ-ପଶ୍ଚିମବଙ୍ଗ ସରକାର ବିବାଦ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟେଲିଫୋନ କରି ନିଜର ସମର୍ଥନ ଜଣାଇବା ସହିତ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସାରଦା ଚିଟଫଣ୍ଟ ଦୁର୍ନୀତି ମାମଲାରେ ରାହୁଲଙ୍କର ଏଭଳି ପକ୍ଷ ପରିବର୍ତ୍ତନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଛି। ୨୦୧୬ରେ ରାହୁଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ପୂର୍ବକ ଦେଇଥିବା ବକ୍ତବ୍ୟକୁ ବିଜେପି ଏଠାରେ ସ୍ମରଣ କରାଇଛି। ରାଜ୍ୟବାସୀଙ୍କୁ ଲୁଟୁଥିବା ଲୋକଙ୍କୁ ସୁରକ୍ଷା ଦେଉଥିବା ନେଇ ତତ୍‌ସମୟରେ ରାହୁଲ ରାଜ୍ୟ ସରକାରକୁ ସମାଲୋଚନା କରିଥିଲେ ବୋଲି ବିଜେପି ପକ୍ଷରୁ ଟ୍ବିଟରରେ ଦର୍ଶାଯାଇଛି।
କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି ଘଟଣାରେ ରାଜ୍ୟର ୨୦ ଲକ୍ଷ ଲୋକ ନିଜର ଟଙ୍କା ହରାଇଥିଲେ ବୋଲି ରାହୁଲ ୨୦୧୪ରେ ଟ୍ବିଟ କରିଥିଲେ। ୨୦୧୪ ମେ’ ୨୬ରେ ବିଜେପି ସରକାର ଗଠନ ହୋଇଥିଲା। ଏହା ପୂର୍ବରୁ ନାରଦା ଓ ସାରଦା ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିଲା। ତେବେ କଲିକତା ପୁଲିସ କମିସନର ରାଜନେତାମାନଙ୍କ ସହିତ ଧାରଣାରେ ବସିବାର ଯକ୍ତିଯୁକ୍ତତା ନେଇ ପ୍ରସାଦ ପ୍ରଶ୍ନ ଉଠାଇଛନ୍ତି। ସିବିଆଇ-ସରକାର ବିବାଦକୁ ନେଇ ଧାରଣା ଦେବା ଦ୍ବାରା ମୁଖ୍ୟମନ୍ତ୍ରୀ ମମତା ବାସ୍ତବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପଦାଙ୍କ ଅନୁସରଣ କରିଛନ୍ତି ବୋଲି ପ୍ରସାଦ କହିଛନ୍ତି। ସେହିଭଳି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଏହି ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ମମତା ଯଦି ବାସ୍ତବରେ ନିର୍ଭିକ ତା’ହେଲେ ସେ ଏହାକୁ ବିରୋଧ କରୁଛନ୍ତି କାହିଁକି ବୋଲି ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories