www.samajalive.in
Monday, December 15, 2025
27.1 C
Bhubaneswar

ଜବ କାର୍ଡ କଟିଯିବାରୁ କାମ ପାଉନାହାନ୍ତି ହିତାଧିକାରୀ

ପାଟଣା : କୌଣସି କାରଣ ନ ଥାଇ ଆଜକୁ ୭ମାସ ରୁ ଅଧିକ ସମୟ ହେବ ଜବକାର୍ଡ କଟି ଯିବାରୁ ମନରେଗା ଯୋଜନାରେ କିଛି ଗରିବ ଶ୍ରମିକ ଆଜି ସାହାରପଡା ବିଡିଓ ରଣଜିତ୍ ମହାନ୍ତଙ୍କୁ ଭେଟି ଅଭିଯୋଗ କରିଛନ୍ତି। ସେମାନେ ହେଲେ ମାଛଗଡ ଗ୍ରାମର କୁନୀଲତା ମହାନ୍ତ ଓ ଦମୟନ୍ତୀ ମହାନ୍ତ ଏବଂ ପଇତାମଜା ଗ୍ରାମର ସତ୍ୟଭାମା ମହାନ୍ତ, ସୀତାମଣି ମହାନ୍ତ, ପୁଷ୍ପଲତା ମହାନ୍ତ ଓ ଚମ୍ପାବତୀ ମହାନ୍ତ । ସେମାନଙ୍କ କହିବା କଥା ସମସ୍ତେ ଜବକାର୍ଡରେ ଦୀର୍ଘ ବର୍ଷ ହେଲା କାମ କରି ନିୟମିତ ମଜୁରୀ ପାଉଥିଲେ । ମାତ୍ର ଆଜକୁ ସାତ ଆଠ ମାସ ହେବ ତାଙ୍କର ଜବକାର୍ଡ କଟି ଯାଇଛି । ଫଳରେ ସେମାନେ ଆଉ କାମ ପାଇଁ ଆବେଦନ କରିପାରୁନାହାନ୍ତି । ପଂଚାୟତକୁ ଯାଇ ଅଭିଯୋଗ କଲେ ମଧ୍ୟ ଗ୍ରାମରୋଜଗାର ସେବକ ଦାୟିତ୍ୱରେ ଥିବା ଅଧିକାରୀ କିଛି କରିପାରିବେ ନାହିଁ ବୋଲି କହିବାରୁ ସେମାନେ ଆଜି ଛୋଟ ଛୋଟ ଛୁଆ ମାନଙ୍କୁ ଧରି ବିଡ଼ିଓଙ୍କୁ ଅଭିଯୋଗ କରିବେ ବୋଲି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ଶେଷରେ ବିଡ଼ିଓଙ୍କୁ ଭେଟି ଗୁହାରି କରିଛନ୍ତି । ବିଡ଼ିଓ ମଧ୍ୟ ସମସ୍ୟା ସମ୍ପର୍କରେ ବୁଝିବେ ବୋଲି ପ୍ରତିଶ୍ରୁତି ଦେବାରୁ ସମସ୍ତେ ନିଜ ଗାଁକୁ ଫେରିଛନ୍ତି । ଖାଲି ମାଛଗଡ ନୁହେଁ ଅନ୍ୟ ପଞ୍ଚୟତରେ ମଧ୍ୟ ବହୁତ ଲୋକଙ୍କ ଜବକାର୍ଡ କଟି ଯାଇଛି । ତଦନ୍ତ କରି ପ୍ରକୃତ ଶ୍ରମିକ ମାନଙ୍କୁ ଅତିଶୀଘ୍ର ଜବ କାର୍ଡ ପ୍ରଦାନ କରିବାକୁ ଦାବି ହେଉଛି । କାମ ନମିଳିଲେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories