www.samajalive.in
Sunday, December 14, 2025
19.1 C
Bhubaneswar

ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିପିଲି: ପିପିଲିର ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡ୍‌‌ ସହଯୋଗରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ମଙ୍ଗଳପୁର ସ୍ଥିତ ସୋନାକ୍ଷୀ ରିସୋର୍ଟ ଠାରେ ଏକ ଦିନିକିଆ ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ରାମାନୁଜ ବୈରିଗଞ୍ଜନ, ଡ଼ଃ ଅନିତା ସାବତ ଏବଂ ଏସ୍‌‌ଓଏସ୍‌‌ କଂପାନୀର ପରିଚାଳନା ନିର୍ଦ୍ଦେଶକ ଦୀନବନ୍ଧୁ ବେହୁରା ପ୍ରମୁଖ ଯୋଗଦେଇ ନୂତନ ଚାନ୍ଦୁଆ ହସ୍ତଶିଳ୍ପ ଉଦ୍ୟୋଗୀ ଓ କାରିଗରଙ୍କୁ ବିଭିନ୍ନ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ଯୋଗ ଦେଇଥିବା ଚାନ୍ଦୁଆ ହସ୍ତଶିଳ୍ପ କାରିଗରଙ୍କ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories