www.samajalive.in
Friday, December 5, 2025
20.1 C
Bhubaneswar

୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତି ବନ୍ଦ, ବାରାଣସୀ​‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ବାରାଣସୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ପ୍ରମୁଖ ତୀର୍ଥସ୍ଥାନ ଯଥା ଅଯୋଧ୍ୟା ରାମ ମନ୍ଦିର, ବାରାଣସୀ, କାଶୀ ବିଶ୍ବନାଥ ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଏପରି ଭିଡକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। କଟକଣା ଅନୁଯାୟୀ ବାରାଣସୀର ଗଙ୍ଗା ନଦୀ କୂଳର ବିଭିନ୍ନ ଘାଟରେ ପ୍ରତିଦିନ ହେଉଥିବା ଗଙ୍ଗା ଆଳତିକୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଗଙ୍ଗା ନଦୀରେ ସନ୍ଧ୍ୟା ୬ଟା ପରେ ନୌକା ବିହାରକୁ ବନ୍ଦ କରାଯାଇଛି। ବାରାଣସୀ​‌ରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ଲାଗି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମହାକୁମ୍ଭ ଯୋଗୁଁ କାଶୀ ବିଶ୍ବନାଥ ମନ୍ଦିରରେ ଦୈନିକ ୮ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories