www.samajalive.in
Sunday, December 14, 2025
19.1 C
Bhubaneswar

ନାରୀ ସମ୍ମାନ ଓ ସଶକ୍ତିକରଣ ବିନା ହୋଇପାରିବ ନାହିଁ ଦେଶର ଉନ୍ନତି

ଫୁଲବାଣୀ :ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଜିଲା ସମାଜ ମଙ୍ଗଳ ବିଭାଗର ମିଳିତ ସହଯୋଗରେ ସରକାରୀ ଏସଏମ ମହିଳା ମହାବିଦ୍ୟାଳୟର ଅଡିଟୋରିୟମ୍ ହଲରେ ବ୍ଲକସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।

ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ଯୋଗଦେଇ ନାରୀ ସମ୍ମାନ ଓ ସଶକ୍ତିକରଣ ବିନା ଦେଶର ଉନ୍ନତି ହୋଇପାରିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ପୁଲିସ ଅଧିକାରୀ, ଆଇନ୍ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ୱ।ନ୍ ଷ୍ଟପ୍ ସେଣ୍ଟର ସହକାରୀ ପରିଚାଳକ ନନ୍ଦିତା କୁମାରୀ, ଜୟ କୃଷ୍ଣ ସାହୁ, ସନ୍ଧ୍ୟାରାଣୀ ମହାନ୍ତ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ମହିଳାମାନେ କର୍ମକ୍ଷେତ୍ରରେ ଥିବା ସ୍ଥାନୀୟ ଅଭିଯୋଗ କମିଟିରେ କିମ୍ବା ମହିଳା ହେଲପ୍ ଲାଇନ୍-୧୮୧ ଜଣାଇବା ପାଇଁ ଅନୁରୋଧ କରିଥିଲେ।

- Advertisement -

ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା ପ୍ରାରମ୍ଭିକ ଭାଷଣରେ ଆଇନ୍ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଜିଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପାଢୀ, ଫୁଲବାଣୀ ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି, ସରକାରୀ ଏସଏମ ମହିଳା ମହାବିଦ୍ୟାଲୟ ଅଧ୍ୟକ୍ଷ ଡ. ତନୁଜା ସିଂ, ଆଇନଜୀବୀ, ସ୍ୱଂୟ ସହାୟକ ଗୋଷ୍ଠୀର କର୍ମୀ, ସିଭିଲ୍ ସୋସାଇଟି ମେମ୍ବରସ୍, ସିଡିପିଓ, ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର୍, ଆଶା କର୍ମୀ, କାଉନ୍ସିଲର୍, କଲେଜ ଛାତ୍ରୀ  ଉପସ୍ଥିତ ଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories