www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଫେରିବେ ଆଉ ୧୧୯ ଭାରତୀୟ ଅପ୍ରବାସୀ

ନୂଆଦିଲ୍ଲୀ : ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ଆମେରିକା ପ୍ରଶାସନ ସ୍ବଦେଶ ଫେରାଇ ଦେଉଛି। ଏହି କ୍ରମରେ ଆମେରିକା ବାୟୁସେନାର ଯୁଦ୍ଧବିମାନ ୧୧୯ ଭାରତୀୟ ଅପ୍ରବାସୀଙ୍କୁ ଧରି ଶନିବାର ପଞ୍ଜାବର ଅମୃତସରରେ ଅବତରଣ କରିବ। ଏହି ଭାରତୀୟ ଅପ୍ରବାସୀଙ୍କ ମଧ୍ୟରେ ୬୭ଜଣ ପଞ୍ଜାବର ବାସିନ୍ଦା ହୋଇଥିବାବେଳେ ୩୩ ଜଣ ହରିୟାଣା, ଗୁଜରାଟର ୮, ଉତ୍ତରପ୍ରଦେଶର ୩, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନର ୨ଜଣ ଲେଖାଏଁ ଅଛନ୍ତି। ଆମେରିକା ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ଅପ୍ରବାସୀଙ୍କୁ ସ୍ବଦେଶୀ ଫେରାଇବ। ଏହାପରେ ଫେବୃଆରୀ ୧୬ ରବିବାର ତୃତୀୟ ବିମାନରେ ଆଉ କିଛି ଭାରତୀୟ ଅପ୍ରବାସୀ ସ୍ବଦେଶ ଫେରିବେ। ଫେବୃଆରୀ ୫ରେ ଆମେରିକାରୁ ପ୍ରଥମ ପର୍ଯ୍ୟାୟରେ ୧୦୪ ଭାରତୀୟ ଅପ୍ରବାସୀ ସ୍ବଦେଶ ଫେରିଥିଲେ। ଭାରତୀୟ ଅପ୍ରବାସୀଙ୍କୁ ସ୍ବଦେଶ ଫେରାଇବା ସମୟରେ ତାଙ୍କ ହାତରେ କଡି ଓ ଗୋଡରେ ବେଡି ପକାଯାଉଛି। ଏଥିପାଇଁ ଭାରତ ସରକାର ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛନ୍ତି। ଅପ୍ରବାସୀଙ୍କୁ ସମ୍ମାନର ସହିତ ଓ ମାନବିକ ଦୃଷ୍ଟିକୋଣରୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାକୁ ଭାରତ କହିଛି। ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା କରିବା ସମୟରେ କହିଥିଲେ ଯେ ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ଫେରାଇ ନେବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories