www.samajalive.in
Monday, December 15, 2025
26.1 C
Bhubaneswar

ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅବିରାମ

ଇମ୍ଫାଲ : ପୁରସ୍କାର ଫେରାଇବା ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି। ତେବେ ଚଳିତ ଥର ଅସହିଷ୍ଣୁତା ପ୍ରସଙ୍ଗକୁ ନେଇ ନୁହେଁ ବରଂ ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ପୁରସ୍କାର ଫେରାଇବା ଅଭିଯାନ ଆରମ୍ଭ ହୋଇଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅରିବାମ ଶ୍ୟାମ ଶର୍ମା ନାଗରିକତା ସଂଶୋଧନ ବିଲ-୨୦୧୬କୁ ବିରୋଧ କରି ରବିବାର ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାର ଘୋଷଣା କରିଛନ୍ତି। ମଣିପୁରୀ ଚଳଚ୍ଚିତ୍ର ନିର୍ମାତା ଅରିବାମଙ୍କୁ ୨୦୧୬ରେ ଏହି ପୁରସ୍କାର ମିଳିଥିଲା। ୮୩ ବର୍ଷ ବୟସ୍କ ଚଳଚ୍ଚିତ୍ର ନିର୍ମାତା ଏବଂ ଗୀତିକାର ଅରିବାମଙ୍କ ଚଳଚ୍ଚିତ୍ର ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ଅରିବାମ ଇଶାନୌ, ସଂଗାଇ- ଦ ଡାନ୍ସର ଡିୟର, ଇମଗୀ ନିଗନ୍ଥମ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ପୁରସ୍କାର ଫେରାଇବାର ଏହି ଅଭିଯାନ ୨୧୫ ଅଗଷ୍ଟ ୩୦ରେ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୪୦ କଳାକାର ଏବଂ ଲେଖକ ନିଜ ପୁରସ୍କାର ଫେରାଇ ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories