www.samajalive.in
Sunday, December 14, 2025
19.1 C
Bhubaneswar

ପାରିପାର୍ଶ୍ବିକ ଉନ୍ନୟନରେ ଅବହେଳା, ତଦନ୍ତ ପାଇଁ ପହଞ୍ଚିଲେ ରାଜ୍ୟ ମାନବାଧିକାର କମିଶନଙ୍କ ରେଜିଷ୍ଟ୍ରାର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡିଶାର ଶିଳ୍ପ କରିଡର କୁହାଯାଉଥିବା ରେଙ୍ଗାଲି ବ୍ଲକରେ ବ୍ୟାପକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ସତ୍ତ୍ବେ ସିଏସଆର କାମ ତଥା ପାରିପାର୍ଶ୍ବିକ ଉନ୍ନୟନ କାମ ସନ୍ତୋଷଜନକ ହେଉ ନଥିବା ଅଭିଯୋଗ ହେବା ପରେ ଘିଚାମୁରା ପଞ୍ଚାୟତର ସରପଞ୍ଚ ରାଜୀବ କିସାନଙ୍କ ଅଭିଯୋଗ ଆଧାରରେ ରାଜ୍ୟ ମାନବାଧିକାର କମିଶନଙ୍କ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ସବ୍ୟସାଚୀ ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ପାଢି ଘିଚାମୁରା ପଞ୍ଚାୟତ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଉପଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଘିଚାମୁରା ଠାରେ ଥିବା ସେବାଶ୍ରମ ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀ, ଶିକ୍ଷକ ସରପଞ୍ଚ, ୱାର୍ଡ ସଭ୍ୟ, ଗ୍ରାମବାସୀ ସହିତ ସ୍କୁଲ ସମସ୍ୟା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସ୍କୁଲ ମରାମତି ପାଇଁ ଅନୁରୋଧ ସତ୍ୱେ ଆଦିତ୍ୟ ଆଲୁମିନା ଗୁରୁତ୍ବ ନଦେବା ଓ ଶିକ୍ଷା, ସ୍ବାସ୍ଥ୍ୟ, ପାନିୟଜଳ ଯୋଗାଣ, ରାସ୍ତାଘାଟର ଉନ୍ନତିକରଣ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, କମ୍ୟୁନିଟୀ ହଲ୍, ସାର୍ବଜନୀନ ଶୌଚାଳୟ ଆଦି ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ସିଏସଆର ପାଣ୍ଠିର ବିନିଯୋଗ ହେଉ ନାହିଁ ବୋଲି ମାନବାଧିକାର କମିଶନର ଅଧିକାରୀଙ୍କ ନିକଟରେ ଜନସାଧାରଣ ଅଭିଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories