www.samajalive.in
Sunday, December 14, 2025
26.1 C
Bhubaneswar

ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରୁଥିଲା ଜେସିବି, ଜବତ କଲା ବନ ବିଭାଗ 

ପାଟଣା : ପାଟଣା ତହସିଲ ଅନ୍ତର୍ଗତ ଅଙ୍କୁରା ବୈତରଣୀ ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରୁଥିବାବେଳେ ୨ଟି ଜେସିବି ମେସିନକୁ ବନବିଭାଗ ଜବତ କରିଛି। ହାତୀ ଚଲାପଥ ଥିବା ଜଙ୍ଗଲ ସଂଲଗ୍ନ ଏହି ନଦୀ ଶଯ୍ୟାରେ ରାତି ଅଧିଆ ବାଲି ଉତ୍ତୋଳନ ହେଉଥିବା ଖବର ପାଇ କେନ୍ଦୁଝର ଡିଏଫଓ ଏଚ.ଡି.ଧନରାଜ, ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଧାର, ପାଟଣା ବନପାଳ ପିଅନ ନାଏକ ଓ ବନବିଭାଗ ମୋବାଇଲ ୟୁନିଟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହି ଚଢାଉ ସମୟରେ ବାଲି ବୋଝେଇ ହାଇୱା ଖସି ଯିବାରେ ସମର୍ଥ ହୋଇଥିବା ବେଳେ କେବଳ ୨ଟି ଜେସିବିକୁ ବନ ବିଭାଗ ଜବତ କରିଛି । ଏହାର ଚାଳକଙ୍କୁ ବନବିଭାଗ ଜାମିନରେ ଛାଡି ଦେଇଥିବା ବେଳେ ଲଘୁ ଖଣିଜ ବେଆଇନ ଉତ୍ତୋଳନ ପାଇଁ ଖଣି ବିଭାଗ ଜୋରିମାନା ଧାର୍ଯ୍ୟ କଲାପରେ ଜେସିବି ମେସିନକୁ ଛଡାଯିବ ବୋଲି ବନବିଭାଗ ସୂଚନା ଦେଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories