www.samajalive.in
Sunday, December 14, 2025
26.1 C
Bhubaneswar

ଅନ୍ତର୍ଜାତୀୟ ରେଡ଼ିଓ ମେଳା ଆୟୋଜିତ

ଭୁବନେଶ୍ୱର: ଏକାଦଶ ଆଉଟରିଚ ଅନ୍ତର୍ଜାତୀୟ ରେଡ଼ିଓ ମେଳା ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ରେଡିଓ ପ୍ରସାରକ ଓ ଷ୍ଟେସନ ଯୋଗଦେଇଛନ୍ତି। ମେଳାରେ ୩ ହଜାରରୁ ଅଧିକ ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ଗ୍ରାମଫୋନ ପ୍ରଦର୍ଶିତ ହୋଇଛି । ମେଳାରେ ନୂଆ ରେଡିଓ କିଣିବା ସହ ଲୋକମାନେ ପୁରୁଣା ରେଡିଓ ମରାମତି ମଧ୍ୟ କରାଇପାରୁଛନ୍ତି ।

ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ସ୍ମାରକୀ ପୁରସ୍କାର, ଆକାଶବାଣୀର ଅବସରପ୍ରାପ୍ତ ପ୍ରୋଗ୍ରାମ ଏଗଜିକ୍ୟୁଟିଭ ଅଭୟ ଦାସଙ୍କୁ ନଦିଆ ବିହାରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦୁଝରର ରେଡିଓ ଜୁହାରକୁ ଜନ ସେବାରେ ରେଡିଓର ସର୍ବୋକୃଷ୍ଟ ବ୍ୟବହାର ପାଇଁ ସମ୍ମାନିତ କରାଯାଇଛି। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଛି । ଫେବୃଆରୀ ୧୩ ତାରିଖ ବିଶ୍ଵ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ତରଫରୁ ପ୍ରତି ବର୍ଷ ଏହି ମେଳା ଆୟୋଜିତ ହୋଇଥାଏ  । ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୪ ତାରିଖରେ ଏହା ଶେଷ ହେବ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories