କ୍ଳଷ୍ଟରସ୍ତରୀୟ ନିପୁଣ ମେଳାରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ

ତୁରେକେଲା: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟରସ୍ତରୀୟ ନିପୁଣ ମେଳା ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ ମୁଖ୍ୟ ଅତିଥି ଓ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂଖ୍ୟା ଜ୍ଞାନ ଓ ଭାଷା ପାଇଁ ଶ୍ରେଷ୍ଠ ତିନିଜଣ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.