www.samajalive.in
Sunday, December 14, 2025
14.1 C
Bhubaneswar

ଶୁଦ୍ଧ ଓ ପ୍ରାୟୋଗିକ ଗଣିତ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଗଣିତ ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଇମ୍ଫାଲ ମଣିପୁର ବିଶ୍ଵବିଦ୍ୟାଳୟର ପ୍ରଫେସର କାଙ୍ଗୁଜମ ପ୍ରିଓ କୁମାର ସିଂ ଯୋଗ ଦେଇ ଶୁଦ୍ଧ ଓ ପ୍ରାୟୋଗିକ ଗଣିତ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହ ଗଣିତ ଗୋଟିଏ ଭିନ୍ନ ଭାଷା, ଗଣିତ ଦ୍ୱାରା ବୈଜ୍ଞାନିକ ମାନେ ବିଭିନ୍ନ ଆକଳନ କରି ତଥ୍ୟ ସଂଗ୍ରହ କରିଥାନ୍ତି, ତେଣୁ ଛାତ୍ରଛାତ୍ରୀ ମାନେ ଏହା ଉପରେ ଅଧିକ ଜ୍ଞାନ ଆହାରୋଣ କରିବାକୁ କହିଥିଲେ। ମୁଖ୍ୟବକ୍ତା ଭାବେ ହାଇଦ୍ରାବାଦ ବିଟ୍ସ ପିଲାନିର ପ୍ରଫେସର ବିଭୂଦତ୍ତ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଇଥିଓପିଆ ଆର୍ବା ମିଂଚ ବିଶ୍ଵବିଦ୍ୟାଳୟର ପ୍ରଫେସର ସୁବ୍ରତ କୁମାର ସାହୁ, ବିଭାଗର ଅବସରପ୍ରାପ୍ତ ପ୍ରଫେସର ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଶୀର୍ଷକ ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories