www.samajalive.in
Sunday, December 14, 2025
23.1 C
Bhubaneswar

ବିଜେଡିର ଅଭିଯୋଗ – ଆଠଗଡରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳୀରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଖୋଦ ଜଣେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୋଲିସ ସୁରକ୍ଷା ଦେବାରେ ବିଫଳ ହୋଇଥିଲା ବେଳେ ସାଧାରଣ ଜନତା କିପରି ସୁରକ୍ଷିତ ତାହା ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଆଠଗଡ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେପି କର୍ମୀମାନେ ଉତ୍ପାତ ଆରମ୍ଭ କରିଛନ୍ତି ବୋଲି ଉପସ୍ଥିତ ବିଜେଡି ନେତା ଅଭିଯୋଗ କରିଥିଲେ। ୨୫ଟି ଅପରାଧିକ ମାମଲା ଥିବା ଜନୈକ ବ୍ୟକ୍ତିଙ୍କ ଇଙ୍ଗିତରେ ଆଠଗଡ ଅଞ୍ଚଳରେ ଚୋରା ଗଞ୍ଜେଇ ବ୍ୟବସାୟ, ଗୋମାଂସ ଚାଲାଣ, ଚୋରା କୋଇଲା ଓ ଲଘୁଖଣିଜ ସାମଗ୍ରୀର ବ୍ୟବସାୟ ସକ୍ରିୟ ହୋଇଥିଲା ବେଳେ ନିରୀହ ଜନସାଧାରଣଙ୍କୁ ଭୟଭୀତ କରାଯାଉଛି। ବୁଧବାର ତିଗିରିଆ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ କିଛି ବିଜେପି କର୍ମୀ ପୁଲିସ ଉପସ୍ଥିତିରେ ବ୍ଲକ କାର୍ଯ୍ୟାଳୟ ଫାଟକ ଭାଙ୍ଗି ଧସେଇ ପଶିବା, ବିଧାୟକଙ୍କ ଗାଡି ଉପରକୁ ଟେକା ପଥର ମାଡ କରିବା ଘଟଣାରେ ପୁଲିସ ନିରବଦ୍ରଷ୍ଟା ସାଜିଛି।

ଏ ସଂକ୍ରାନ୍ତରେ ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ରାଉତ, ଅନ୍ୟ ଜଣେ ମହିଳା ତିଗିରିଆ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କେବଳ ଅଧ୍ୟକ୍ଷାଙ୍କ ଅଭିଯୋଗ ଗ୍ରହଣ କରିଥିବା ବେଳେ ଅନ୍ୟମାନଙ୍କ ଅଭିଯୋଗ ଗ୍ରହଣ କରି ନଥିଲେ। ଏହି ମାମଲାରେ ପୁଲିସ ଆକ୍ରମଣକାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଅପରପକ୍ଷେ ଆକ୍ରମଣକାରୀଙ୍କ ମିଥ୍ୟା ଅଭିଯୋଗ ଆଧାରରେ ବିଜେଡି କର୍ମୀ ତିଗିରିଆ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଗୌରହରି ପରିଡା, ସମିତି ସଭ୍ୟ ଧନେଶ୍ୱର ରଣାଙ୍କ ସମେତ ଶ୍ରୀଧର ମାଝୀ, ସଞୟ ସାହୁ, ତିଗିରିଆ ବ୍ଲକ ଆତ୍ମା ଅଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଆଠଗଡ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ତିଗିରିଆର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ରାଉତ, ନଗରପାଳ ସସ୍ମିତା ରାଉତ, ବରିଷ୍ଠ ନେତା ଲଳିତେନ୍ଦୁ ସେନାପତି, ସୁନିଲ ପରିଡା, ଆଇନଜୀବୀ ସତ୍ୟେନ ପଣ୍ଡା, ଉପନଗରପାଳ ବି .ଶୁଭ୍ରଶଙ୍କର ଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories