www.samajalive.in
Sunday, December 14, 2025
23.1 C
Bhubaneswar

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ୩୪ଟି ଗ୍ରାମପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ କାର୍ଯ୍ୟ ଜାରି ରଖିଛନ୍ତି। ଗୁରୁବାର ଅପରାହ୍ନରେ ଖୁଣ୍ଟୁଣୀ ପଞ୍ଚାୟତ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରୁଥିବା ସମୟରେ ତପନ କୁମାର ସାହୁ, ପରେଶ ସାହୁ ଏବଂ ଅନ୍ୟ ୩ ଜଣ ଅସାମାଜିକ ବ୍ୟକ୍ତି ଆସି କାର୍ଯ୍ୟ ନିର୍ଵାହୀ ଅଧିକାରୀ ଦିବ୍ୟାନୁ ରଞ୍ଜନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ବିଷୟରେ ଦିବ୍ୟାନୁ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ଅସାମାଜିକ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଆଠଗଡ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଆସନ୍ତା ୧୪ ତାରିଖରୁ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଆଠଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories