www.samajalive.in
Monday, December 15, 2025
14.1 C
Bhubaneswar

ଗ୍ରାମବାସୀଙ୍କ ସହଯୋଗରେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କଲେ ପୁଅ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀ ପାଲି ଗାଁର ସ୍ବର୍ଗତ ହଜାରୁ ପ୍ରଧାନଙ୍କ ସପ୍ନ ଥିଲା ଗାଁର ପୋଡ଼ବନ୍ଧା ବନ୍ଧରେ ଗୋଟିଏ ଶିବ ମନ୍ଦିର ନିର୍ମାଣ କରିବା ପାଇଁ। କିନ୍ତୁ ତାଙ୍କର ସେହି ବିରାଟ ସ୍ବପ୍ନକୁ ସତ କରିବା ପାଇଁ ଆୟୁଷ କମ୍‌ ପଡ଼ିଯାଇଥିଲା। ୨୦୦୪ ମସିହାରେ ତାଙ୍କର ବିୟୋଗ ଘଟିଲା। ମନ୍ଦିର ନିର୍ମାଣର ସ୍ବପ୍ନ ଅଧୁରା ହୋଇ ରହିଗଲା। କିନ୍ତୁ ଗ୍ରାମର କିଛି ବୁଦ୍ଧିଜୀବୀ, ଯେଉଁମାନେ ସ୍ବର୍ଗତ ହଜାରୁ ପ୍ରଧାନଙ୍କ ନିକଟତର ସାଥୀ ଥିଲେ, ସେମାନେ ତାଙ୍କର ଜ୍ୟେଷ୍ଠ ପୁତ୍ର ସୁରେନ୍ଦ୍ର ପ୍ରଧାନଙ୍କୁ ପିତାଙ୍କର ସ୍ବପ୍ନକୁ ପୂରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ନିଜ ପିତାଙ୍କ ଇଚ୍ଛା ଓ ଗ୍ରାମବାସୀଙ୍କ କଥାକୁ ସମ୍ମାନର ସହ ରକ୍ଷାକରି ୨୦୧୦ ମସିହାରେ ଶିବ ମନ୍ଦିର ନିର୍ମାଣ ପାଇଁ ସୁରେନ୍ଦ୍ର ପ୍ରଧାନ ରାଜି ହୋଇ ତାଙ୍କ ବାପା ଚିନ୍ତା କରିଥିବା ଜାଗାରେ ଶିବ ମନ୍ଦିର ନିର୍ମାଣ ପାଇଁ ପାଣି ଗଡ଼ୁ ଢାଳି ଶୁଭାରମ୍ଭ କଲେ। ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ନିର୍ମାଣ କାମ ଆଗେଇଲା। ଏହି ସମୟରେ କର୍ଣ୍ଣପାଲି ଗାଁର ବିଶ୍ବକର୍ମା ରାଜମିସ୍ତ୍ରୀ ଗଙ୍ଗାଧର ସେଠ ମନ୍ଦିର କାମ ଆରମ୍ଭ କରିଥିଲେ। କିନ୍ତୁ ସବୁରି ପଛରେ ଅର୍ଥ ହିଁ ମୂଳ କାରଣ ହୋଇଥାଏ। ଅର୍ଥାଭାବରୁ କେବଳ ମନ୍ଦିରର ନିଅ ପର୍ଯ୍ୟନ୍ତ କାମ ହୋଇ ସେତିକିରେ ଅଟକି ଯାଇଥିଲ। ତେଣୁ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଗାଁରେ ପୁଣି ବୈଠକ ବସିଲା। କେମିତି ପାଣ୍ଠି ଜମା ହେବ, ସମସ୍ତଙ୍କ ମନରେ ସେହି ଭାଳେଣୀ। ଶେଷରେ ସ୍ଥିର କଲେ ତତ୍କାଳୀନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭେଟି ଆର୍ଥିକ ସାହାଯ୍ୟ ଲୋଡ଼ିବାକୁ। ସମସ୍ତଙ୍କ ସହମତିକ୍ରମେ ଗ୍ରାମର କିଛି ବ୍ୟକ୍ତି ବିଧାୟିକାଙ୍କୁ ଭେଟି ମନ୍ଦିର ନିର୍ମାଣ କରିବାକୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ। ବିଧାୟିକା ପାଣ୍ଠିରୁ ସ୍ନେହାଙ୍ଗିନୀ ଅଢେଇ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେହି ଅନୁଦାନ ରାଶିରେ ୨୦୨୩ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଛି। ବିଶ୍ୱକର୍ମା ରାଜମିସ୍ତ୍ରୀ ତଲି ଟାମ୍ପରସରାର ଶଶିଭୂଷଣ ଭୋଇ ନିର୍ମାଣ କରି ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ମନ୍ଦିର ଉଚ୍ଚତା ୨୫ ଫୁଟ ରହିଛି। ଏହି ମନ୍ଦିର ସୋମନାଥ ବାବା ଶିବ ମନ୍ଦିର ଭାବରେ ପ୍ରତିଷ୍ଠା ହେବାକୁ ଯାଉଛି। ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ ଗ୍ରାମବାସୀ ଅତି ଉତ୍ସାହର ସହ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୋହିତ-ହିମାଂଶୁ ତ୍ରିପାଠୀ, ସହଯୋଗୀ-ସୀତାଂଶୁ ତ୍ରିପାଠୀ, ଆଜାଦ ତ୍ରିପାଠୀ, ସୁଶାନ୍ତ ଦାଶ ଓ କର୍ତ୍ତା-ସୁରେନ୍ଦ୍ର ପ୍ରଧାନ, ଅକ୍ଷୟ ଚିର୍ଗୁଣ, ଭାଗିରଥି ପ୍ରଧାନ, ପ୍ରତୁଲ କୁମାର କର୍ଣ୍ଣ, ଚମ୍ପେଶ୍ବର ମହାକୁର, ସୁଶୀଲ ପ୍ରଧାନ, ଜୟନ୍ତ ପ୍ରଧାନ, ରାଜୁ କର୍ମୀ, ବିକାଶ ପ୍ରଧାନ, କୈବଲ୍ୟ ପ୍ରଧାନ, ଅରବିନ୍ଦ ପର୍ଡିଆ, ସୁରେନ୍ଦ୍ର ନାଏକ, ଅଶୋକ ପ୍ରଧାନ, ହରିହର ପ୍ରଧାନ ଓ ପ୍ରଶାନ୍ତ ମହାକୁର ସପତ୍ନୀକ କର୍ତ୍ତା ରହିବେ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories