www.samajalive.in
Sunday, December 14, 2025
26.1 C
Bhubaneswar

ରାତିରେ ଖସିବ: ଦିନରେ ବଢ଼ିବ ପାରଦ

ଭୁବନେଶ୍ୱର : ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ରାତିରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ସବୁଠୁ କମ୍ ୯.୮ ଡିଗ୍ରୀ ରେକର୍ଡ଼ କରାଯାଇଛି। ଫୁଲବାଣୀ ଏବଂ ସେମିଳିଗୁଡ଼ାରେ ୧୧.୫ ଡିଗ୍ରୀ ଲେଖାଏଁ, ରାଉରକେଲାରେ ୧୩.୨, କୋରାପୁଟ ଓ ନବରଙ୍ଗପୁରରେ ୧୪ ଡିଗ୍ରୀ ଲେଖାଏଁ, ଝାରସୁଗୁଡ଼ାରେ ୧୪.୪, କିରେଇରେ ୧୪.୭, ଭୁବନେଶ୍ବରରେ ୧୯.୮ ଏବଂ କଟକରେ ୧୮.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ରାତିର ସର୍ବନିମ୍ନ ତାପମାତ୍ରା କମୁଥିବାବେଳେ ଦିନ ତାପମାତ୍ରା ବଢ଼ୁଛି। ମଙ୍ଗଳବାର ରାଜ୍ୟର ୮ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା। ଝାରସୁଗୁଡ଼ାରେ ସବୁଠୁ ଅଧିକ ୩୬.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ଅନୁଗୋଳ ଓ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ଲେଖାଏଁ, ସମ୍ବଲପୁରରେ ୩୫.୩, ଭଦ୍ରକ, ଭବାନୀପାଟଣା ଓ ସୁବର୍ଣ୍ଣପୁରରେ ୩୫.୨ ଡିଗ୍ରୀ ଲେଖାଏଁ, ମାଲକାନଗିରିରେ ୩୫.୧, ଭୁବନେଶ୍ବରରେ ୩୩.୬ ଏବଂ କଟକରେ ୩୨.୬ ଡିଗ୍ରୀ ରେକର୍ଡ଼ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories