www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟ ରାଜପଥରେ ଟ୍ରକକୁ ଅଟକାଇ ଡକାୟତି, ୩ ଗିରଫ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ରେ ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ କରିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ଅଟକ ରହିବା ସହ ପୁଲିସର ଜିମା ଦିଆଯିବା ପରେ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଗୋଷାଣୀ ନୂଆଗାଁ ବୃନ୍ଦାବନ ସାହିର ରାଜେଶ ମହାପାତ୍ର,ବନ୍ଧ ସାହିର ଦିପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢ଼ୀ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ଅନୁଯାୟୀ ସୋମବାର ଅପରାହ୍ନ ୪ ଟା ବେଳେ ଉତ୍ତରପ୍ରଦେଶ ବୁଲନ୍ଦ ସହର ଜିଲ୍ଲାର ରସୁଲପୁରର ନସିର ଅହମ୍ମଦ ନିଜର ଟ୍ରକ (ୟୁ ପି  ୧୩ ଡି ଟି ୨୫୭୫) ଢେଙ୍କାନାଳରୁ ବିଜୟନଗରମ ଯାଉଥିଲେ। ଗୋପାଳପୁର ଛକ ଠାରୁ ଅନିତ ଦୂରରେ ଜାତୀୟ ରାଜପଥରେ ୩ ଯୁବକ ଏକ ମୋଟରସାଇକେଲ (ଓ ଆର ୦୭ କେ ୧୨୬୭) ଟ୍ରକ ନିକଟକୁ ଆସି ଅଟକାଇବାକୁ ଚେଷ୍ଟା କରିବା ସହ ଗାଳିଗୁଲଜ କରିଥିଲେ। ଏଥିରେ ଟ୍ରକ ଡ଼୍ରାଇଭର ନସିର ବୁଦ୍ଧି ଖଟି ଜାତୀୟ ରାଜପଥ କଡ଼ରେ ଥିବା ବିଲୁ ଢ଼ାବା ସମ୍ମୁଖରେ ଟ୍ରକଟିକୁ ଧିମା କରିଥିଲେ । ଏହି ସମୟରେ ୩ ଯୁବକ ଟ୍ରକ ସମ୍ମୁଖକୁ ମୋଟର ସାଇକେଲକୁ ଆଣି ରଖି ଟ୍ରକକୁ ଅଟକାଇଥିଲେ।

ଏହା ପରେ ୩ ଯୁବକ ଟ୍ରକ ପରିସରକୁ ଜବରଦସ୍ତ ପସି ଟ୍ରକର କାଗଜପତ୍ର ମାଗିଥିଲେ।ନାସିର କାଗଜପତ୍ର ଦେବାକୁ ଅମଙ୍ଗ ହେବାରୁ ଯୁବକ ମାନେ ନାସିରକୁ ମାଡମାରିବା ସହ ପକେଟରୁ ୫୦୦ ଟଙ୍କା ଜବରଦସ୍ତ ଛଡ଼ାଇ ନେଇଥିଲେ।ଏହା ସହ ୧୦ ହଜାର ଟଙ୍କା ଦାବି କରିଥିଲେ।ନାସିର ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଯୁବକ ମାନେ ଟ୍ରକର ସମ୍ମୁଖ କାଚ ଭାଙ୍ଗିବା ସହ ଲାଇଟ୍ ଭାଙ୍ଗି ଦେଇଥିଲେ। ଭୟରେ ନାସିର ନିକଟରେ ଥିବା ବିଲୁ ଢ଼ାବା ପରିସରକୁ ପହିଥିବା ସହ ୧୧୨ କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ଘଟଣା ଦେଖି ଢ଼ାବା ନିକଟରେ ଥିବା କିଛି ଲୋକ ୩ ଯୁବକଙ୍କୁ କାବୁ କରିବା ସହ ଅଟକ ରଖିଥିଲେ।ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକକୁ ଗିରଫ କରି ଥାନାକୁ ନେବା ସହ ସେମାନଙ୍କ ନିକଟରୁ ୫ ଶହ ଟଙ୍କା, ଗୋଟିଏ ଛୁରୀ ସମେତ ୩ ଟି ମୋବାଇଲ ଫୋନ ଜବତ କରିବା ସହ ୫୦/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ନାମରେ ଗୋଷାଣୀ ନୂଆଗାଁ ଥାନାରେ ୧୨ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories