www.samajalive.in
Sunday, December 7, 2025
14.1 C
Bhubaneswar

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର:  ଗୋଳନ୍ଥରା ଥାନା ଅଧୀନସ୍ଥ ଛେଳିଆ ଗାଁରେ ନିଖୋଜ ଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ଯୁବକ ଛେଳିଆ ଗାଁର ସଞ୍ଜୟ ମହାନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଛେଳିଆ ଗାଁର ସଞ୍ଜୟ ମହାନ୍ତି ନାମକ ଜଣେ ବ୍ୟକ୍ତି  ରୁଣ ଗ୍ରସ୍ତ ହେବା ସହ କୋଣସି କଥାକୁ ନେଇ ଦୀର୍ଘ ଦିନ ଧରି ଚିନ୍ତା ଗ୍ରସ୍ତ ରହୁଥିଲେ। ଗତ ମଙ୍ଗଳବାର ସଞ୍ଜୟ କୌଣସି କାମ ନେଇ ତୁଳୁ ଗାଁକୁ ଯାଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ।  ପରିବାର ଲୋକ ଆଖ ପାଖ ଅଞ୍ଚଳରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ସଞ୍ଜୟ ଙ୍କର କୌଣସି ପତ୍ତା ପାଇନଥିଲେ। ବୁଧବାର ପରିବାର ଲୋକ ଗୋଳନ୍ଥରା ଥାନାରେ ସଞ୍ଜୟ ଙ୍କ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ସୋମବାର  ଓଡିଆରପି କଲୋନୀ ନିକଟରେ ଥିବା ଏକ କାଜୁ ତୋଟାରୁ ଝୁଲନ୍ତା ଅବସ୍ଥାରେ ସଞ୍ଜୟ ଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories