www.samajalive.in
Sunday, December 14, 2025
16.1 C
Bhubaneswar

ପ୍ୟାରିସରେ ପ୍ରଧାନମନ୍ତ୍ରୀ : ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ, ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିବେ 

ନୂଆଦିଲ୍ଲୀ୧୦ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ପ୍ୟାରିସ ଗସ୍ତର ଦ୍ୱିତୀୟ ଦିନରେ ପ୍ୟାରିସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ୨ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ୪ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୋଦୀ ଫ୍ରାନ୍ସର ପ୍ୟାରିସ୍‌ରେ ପହଞ୍ଚିଛନ୍ତି। ଏହାପରେ ସେ ଆମେରିକା ଯିବେ। ଫ୍ରାନ୍ସରେ ମୋଦୀ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଭାରତ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିବ। ଫ୍ରାନ୍ସରେ ଦୁଇଦିନ ରହଣି ପରେ ସେ ୧୨ ଓ ୧୩ ତାରିଖ ଆମେରିକା ଗସ୍ତ କରିବେ। ମୋଦୀଙ୍କ ବିଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି।

- Advertisement -

ସୂଚନା ଅନୁଯାୟୀ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବେ। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସେ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ। ଏହା ବିଶ୍ୱନେତା ଏବଂ ବିଶ୍ବର ବୈଷୟିକ କ୍ଷେତ୍ରର ସିଇଓମାନଙ୍କର ଏକ ସମାବେଶ। ଏଠାରେ ବିଶ୍ବନେତା ଅଭିନବ ଏବଂ ବ୍ୟାପକ ଜନକଲ୍ୟାଣ ପାଇଁ ଏଆଇ ପ୍ରଯୁକ୍ତି ବିଦ୍ୟାର ସହଯୋଗୀ ଆଭିମୁଖ୍ୟ ଉପରେ ଏକ ସମାବେଶୀ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଢଙ୍ଗରେ ମତ ବିନିମୟ କରିବେ।

ଏହା ସହିତ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଭାରତ – ଫ୍ରାନ୍ସ ରଣନୈତିକ ଭାଗୀଦାରି ପାଇଁ ୨୦୪୭ ହରାଇଜନ୍ ରୋଡ୍ ମ୍ୟାପ୍‌ର ଅଗ୍ରଗତି ସମୀକ୍ଷା କରିବେ। ଉଭୟ ମିଶି ଫ୍ରାନ୍ସର ଐତିହାସିକ ସହର ମାର୍ସେଲି ଗସ୍ତ କରି ଫ୍ରାନ୍ସରେ ପ୍ରଥମ ଭାରତୀୟ ଦୂତାବାସର ଉଦ୍‌ଘାଟନ କରିବେ। ଏହା ସହିତ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପ୍ରୟୋଗାତ୍ମକ ରିଆକ୍ଟର ପ୍ରକଳ୍ପ ପରିଦର୍ଶନ କରିବେ। ଯେଉଁଥିରେ ଭାରତ, ଫ୍ରାନ୍ସ ସମେତ ଅନ୍ୟାନ୍ୟ ଅଂଶୀଦାର ଦେଶମାନଙ୍କର ସଂଘର ସଦସ୍ୟ ଅଟେ।

ପ୍ରଧାନମନ୍ତ୍ରୀ ମଜାର୍ଗସ ଯୁଦ୍ଧ କବରସ୍ଥାନରେ ପ୍ରଥମ ଓ ଦ୍ବିତୀୟ ବିଶ୍ୱଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ସୈନିକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଫ୍ରାନ୍ସ ଗସ୍ତ ପରେ ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ସେଠାରେ ସେ ତାଙ୍କ ବନ୍ଧୁ ତଥା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ମୋଦୀଙ୍କ ଆମେରିକା ଗସ୍ତ ଦୁଇ ଦେଶର ସହଯୋଗର ସଫଳତାକୁ ଆଗକୁ ବଢ଼ାଇବା ସହ ପ୍ରଯୁକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା କ୍ଷେତ୍ରରେ ଆମର ଭାଗୀଦାରିକୁ ଆହୁରି ଉନ୍ନତ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories