www.samajalive.in
Monday, December 8, 2025
13.1 C
Bhubaneswar

ଦୋଷୀ ସାଂସଦ/ବିଧାୟକଙ୍କୁ ଆଜୀବନ ବାସନ୍ଦ ପ୍ରସଙ୍ଗ: କେନ୍ଦ୍ର, ଇସିଙ୍କ ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫୌଜଦାରୀ ମାମଲାରେ ଦୋଷୀ ସାଂସଦ, ବିଧାୟକ ଓ ଅନ୍ୟ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବା ଲାଗି ଦାବି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତ ଓ ମନମୋହନଙ୍କୁ ନେଇ ଗଠିତ ପୀଠ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଠାରୁ ଜବାବ ଲୋଡିଛନ୍ତି। ଜନପ୍ରତିନିଧି ଆଇନର ୧୯୫୧ର ଧାରା ୮ ଅନୁଯାୟୀ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ରାଜନେତାଙ୍କୁ ୬ବର୍ଷ ପାଇଁ ନିର୍ବାଚନ ଲଢିବାରୁ ବାସନ୍ଦ କରାଯିବ। ଜନ ପ୍ରତିନିଧି ଆଇନର ଧାରା ୯ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀ ଦୁର୍ନୀତି ଓ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନରେ ଅବହେଳା ପାଇଁ ବହିଷ୍କୃତ ହୋଇଥିବେ ସେମାନେ ୫ବର୍ଷ ପାଇଁ ନିର୍ବାଚନ ଲଢିପାରିବେ ନାହିଁ।

ତେବେ ଏହି ଦୁଇ ଧାରାର ସାମ୍ବିଧାନିକ ବୈଧତା ପ୍ରତି ପ୍ରଶ୍ନ ଉଠାଇବା ପୂର୍ବକ ଦୋଷୀ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବା ଲାଗି ଦାବି କରାଯାଇଛି। ଏ ନେଇ ଓକିଲ ଉମେଶ ଉପାଧ୍ୟାୟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାୟର କରାଯାଇଛି। ଏହା ସହିତ ସାଂସଦ ଓ ବିଧାୟକଙ୍କ ବିରୋଧରେ ଆସୁଥିବା ଫୌଜଦାରୀ ମାମଲାଗୁଡିକୁ ଗୋଟିଏ ବର୍ଷ ମଧ୍ୟରେ ଶୁଣାଣି କରିବା ଲାଗି ଏକ ସମୟ ସୀମା ଧାର୍ଯ୍ୟ କରିବା ଲାଗି ପିଆଇଏଲ୍‌ରେ ଦାବି କରାଯାଇଛି।

- Advertisement -

ଏହି ମାମଲାରେ ବରିଷ୍ଠ ଓକିଲ ବିଜୟ ହଂସାରିଆ କୋର୍ଟ ମିତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ହଂସାରିଆ କହିଛନ୍ତି ଯେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲାର ଶୁଣାଣି କରିବାରେ ସ୍ବତନ୍ତ୍ର ଅଦାଲତଗୁଡିକ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା କହିଥିଲେ। ଅନ୍ୟତମ ବରିଷ୍ଠ ଓକିଲ ବିକାଶ ସିଂହ କହିଥିଲେ ଯେ ଦୋଷୀ ରାଜନେତାଙ୍କ ରାଜନୀତିରେ ପୁନଃ ପ୍ରବେଶକୁ ବାରଣ କରାଯିବା ଦରକାର। ଏଥିପାଇଁ ଆଇନରେ ସଂଶୋଧନ ହେବା ଆବଶ୍ୟକ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories