ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡ଼ା ଗାଁରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦେଶରେ ତଦନ୍ତ ଜାରି ରହିଛି। ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ ରହିଛନ୍ତି। ବିରିଗୁଡ଼ାରେ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଗାଁରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟ ଦେଖିବା ପାଇଁ ଆଖପାଖ ଗାଁର ବହୁ ସଂଖ୍ୟକ ଦର୍ଶକ ଯୋଗ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଟକ ଚାଲିଥିଲା। ମଞ୍ଚ ନିକଟରୁ ଅଳ୍ପ ଦୂରରେ ଗାଁର ଜଣେ ନାବାଳିକା ତାଙ୍କର ଜଣେ ସାଙ୍ଗ ସହ କଥା େହବା ସମୟରେ ୪ ଯୁବକ ଆକ୍ରମଣ କରି ଝିଅକୁ ଗାଁ ନିକଟ ପାହାଡ଼ ଉପରକୁ ନେଇ ଗଣବଳାତ୍କାର କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ଏ ଘଟଣା ଶ୍ରୀ ବର୍ମାଙ୍କ ଦୃଷ୍ଟିକୁ ଆସିଥିଲା। ସେ ଅତିରିକ୍ତ ଅତିରିକ୍ତ ଆରକ୍ଷୀ ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁ, କାକିରିଗୁମ୍ମା ଥାନା ଅଧିକାରୀ ଡିଡି ବାତ୍ରିଆଙ୍କୁ ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୪ ଯୁବକଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି।
Popular Categories



