www.samajalive.in
Friday, December 5, 2025
20.1 C
Bhubaneswar

ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ ଘରକୁ ଯାଇ ବଡ଼ ଭାଇଙ୍କ ଝିଅ ଅର୍ଚ୍ଚନା ବିଷ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଭାରତୀୟ ରେଳପଥରେ କାର୍ଯ୍ୟରତ ମନୋଜଙ୍କୁ ବିବାହ କରିଛନ୍ତି। ନିରାଡ଼ମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ସ୍ଥାନୀୟ ସାଂସଦ ଓ ବିଧାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମଧ୍ୟ ଯୋଗ ଦେଇଥିବା ପ୍ରକାଶ। ଯୋଗୀ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories