www.samajalive.in
Sunday, December 14, 2025
23.1 C
Bhubaneswar

‘ଟଙ୍କା, କ୍ଷମତାର ମୋହ କେଜ୍ରିଓ୍ବାଲଙ୍କ ପତନର କାରଣ ’

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ପରାଜିତ ହୋଇଥିବାବେଳେ ଏ ନେଇ ବରିଷ୍ଠ ସାମାଜିକ କର୍ମୀ ଅନ୍ନା ହଜାରେ କହିଛନ୍ତି ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଟଙ୍କା ଓ କ୍ଷମତା ମୋହ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଆମ୍‌ ଆଦମୀ ପାର୍ଟି ପରାସ୍ତ ହେବା ପଛରେ ବିବାଦୀୟ ଅବକାରୀ ନୀତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କେଜ୍ରିଓ୍ବାଲ ସରକାରଙ୍କ ତରଫରୁ ଯେଉଁ ଅବକାରୀ ନୀତି ପ୍ରଣୟନ କରାଗଲା ସେଥିରେ ବ୍ୟାପକ ଦୁର୍ନୀତି ହେବା ନେଇ ଅଭିଯୋଗ ଆସିବା ପରେ ଆମ୍‌ ଆଦମୀ ପାର୍ଟିର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିଲା, ଯାହାକି ଦଳର ପରାଜୟରେ ପ୍ରମୁଖ କାରଣ ପାଲଟିଥିଲା।
ଅନ୍ନା ଆହୁରି କହିଥିଲେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଭାବମୂର୍ତ୍ତି, ଚିନ୍ତାଧାରା ଉପରେ ଦଳର ବିଜୟ ନିର୍ଭରଶୀଳ। ଅବକାରୀ ନୀତିକୁ ନେଇ ଆମ୍‌ ଆଦମୀ ପାର୍ଟି ସାଧାରଣରେ ନିନ୍ଦିତ ହୋଇଥିବା ବେଳେ ଏହାର କୁପ୍ରଭାବ ଦଳୀୟ ପ୍ରାର୍ଥୀଙ୍କ ଉପରେ ପଡ଼ିଥିଲା। କୌଣସି ପ୍ରକାର ବିବାଦୀୟ ସ୍ଥିତିରୁ ଦୂରେଇ ରହିବା ସହ ଲୋକଙ୍କ ସହ ଥିବା ବ୍ୟକ୍ତିଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ କେଜ୍ରିଓ୍ବାଲଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ତାହାକୁ ଗୁରୁତ୍ବ ଦେଇନଥିଲେ ବୋଲି ଅନ୍ନା ହଜାରେ ଅଭିଯୋଗ କରିଛନ୍ତି। କେଜ୍ରିଓ୍ବାଲଙ୍କ କଥା ଓ କାମ ମଧ୍ୟରେ ତାଳମେଳ ନ ରହିବାରୁ ଭୋଟର ଏହି ଦଳ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ ବୋଲି ଅନ୍ନା ହଜାରେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories