www.samajalive.in
Saturday, December 6, 2025
23.1 C
Bhubaneswar

ଭୂତ ଖାଉଛନ୍ତି ମଧ୍ୟାହ୍ନ ଭୋଜନ !

ବଣାଇ : ବିଦ୍ୟାଳୟରେ ଭୂତ ଛାତ୍ର ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛନ୍ତି ବିଦ୍ୟାଳୟ ପୋଷାକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଅଭିଯୋଗ ଏବେ ବିଦ୍ୟାଳୟରେ ପରିଚାଳନା ଅବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦେଶ କରୁଛି। ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକର କସଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ୧୬୪ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି ବିଦ୍ୟାଳୟରେ ଜଣେ କି ଦୁଇଜଣ ନୁହେଁ ୨୫ ଭୂତ ବିଦ୍ୟାର୍ଥୀ ବିଭିନ୍ନ ସରକାରୀ ସୁବିଧା ହାସଲ କରିବା ସହ ବର୍ଷେ ହେଲା ମଧ୍ୟାହ୍ନ ଭୋଜନ ଖାଉଛନ୍ତି।

ଏପ୍ରିଲ ୨୦୨୩ରୁ ଏହି ଭୂତ ଛାତ୍ରମାନେ ଏଠାରେ ପାଠ ପଢ଼ୁଥିବା କୁହାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେଉଁ ଶ୍ରେଣୀରେ ୪ଜଣ ତ କେଉଁ ଶ୍ରେଣୀରେ ୬ଜଣ ରହିଛନ୍ତି। କାଳେ ଶିକ୍ଷା ବିଭାଗର ନିର୍ଦେଶ ଅନୁସାରେ ଚାଲିଛି ଏ ଭୂତ ପାଲା। ଏଠି ପ୍ରକୃତରେ ୨୫ଜଣ ପିଲା ନଥିବା ସତ୍ତ୍ବେ ଉପସ୍ଥାନ ଦେଖାଇ ସରକାରଙ୍କ ହଜାର ହଜାର ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି।

- Advertisement -

ପିଲା କହନ୍ତି ଏମାନଙ୍କୁ ଆମେ ବର୍ଷେ ହେବ ଦେଖିନୁ। ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ପକାନ୍ତି ା ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ମାସରୁ ଊର୍ଦ୍ଧ୍ବ ହେଲା ପ୍ରତି ଶ୍ରେଣୀରେ ଶିକ୍ଷକମାନେ ଉପସ୍ଥାନ ପକାଉଥିଲେ ହେଁ ଶିକ୍ଷକମାନେ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ାସ୍କୁଲ ସହ ଏଠି ଥିବା ୪୦ ସିଟ ହଷ୍ଟେଲରେ ବି ଭୂତ ା କାଳେ ତିନିଜଣ ଭୂତ ଛାତ୍ର ହଷ୍ଟେଲ ରହୁଛନ୍ତି। ହଷ୍ଟେଲରେ ନାଁ ରହିଛି, ସେହି ଅନୁସାରେ ସରକାରଙ୍କ ସୁବିଧା ସବୁ ପାଉଛନ୍ତି; କିନ୍ତୁ ପାଠ ପଢ଼ୁଛନ୍ତି ଫୁଲଝର ବିଦ୍ୟାଳୟରେ। ଏଠି ବିଦ୍ୟାଳୟ, ହଷ୍ଟେଲ ତଦାରଖ କରିବାକୁ ପ୍ରତ୍ୟେକ ମାସରେ ସ୍କୁଲ ଯାଞ୍ଚ ଲାଗି ବିଇଓ, ଏବିଇଓ, ସିଆରସିସି, ହଷ୍ଟେଲ ବିଭାଗର ଅଧିକାରୀ ଯାଇଥା’ନ୍ତି, ତେବେ କିପରି ଏମାନେ ଜାଣିପାରିଲେନି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ।

ଏ ନେଇ କସଡ଼ା ବିଦ୍ୟାଳୟ ପ୍ରଧାନଶିକ୍ଷକ ଯୋଗାଯୋଗ କରିବାରେ ଶିକ୍ଷା ବିଭାଗର ନିର୍ଦେଶ ଅନୁସାରେ ଆମେ ଆଡମିଶନ କରିଛୁ, ‘ନାଁ ଲେଖ ସେ ଆସନ୍ତୁ ନ ହେଲେ ନାହିଁ, ପରିସ୍ଥିତି ବାଧ୍ୟ କରୁଛି ଏପରି କରିବାକୁ’ ବୋଲି ସଫେଇ ଦେଇଛନ୍ତି ା ଅନ୍ୟପକ୍ଷରେ ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ କହିଛନ୍ତି ଯଦି ଏପରି ହୋଇଥିବ ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories