www.samajalive.in
Friday, December 12, 2025
16.1 C
Bhubaneswar

ପୁଣି ଟପିଲା ଏକ ଲକ୍ଷ କୋଟି ଟଙ୍କା ଜିଏସଟି ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ : ୨୦୧୯ ଜାନୁଆରୀ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧ଲକ୍ଷ କୋଟି ଟଙ୍କା ଟପିଥିବା ଜଣାପଡିଛି। ସୂଚନା ଅନୁସାରେ ସିଜିଏସଟିରୁ ୧୭, ୭୬୩ କୋଟି ଟଙ୍କା, ଏସ୍‍ଜିଏସଟିରୁ ୨୪,୮୨୬ କୋଟି ଟଙ୍କା, ଆଇଜିଏସଟିରୁ ୫୧,୨୨୫ କୋଟି ଟଙ୍କା ଏବଂ ସେସ୍‍ ଜିଏସଟି ୮,୬୯୦କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଜଣାପଡିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ତୃତୀୟ ଥର ଲାଗି ଜିଏସଟି ସଂଗ୍ରହ ରାଜସ୍ୱ ଏକ ଲକ୍ଷ କୋଟି ଟଙ୍କା ଟପିଛି। ସରକାର ଆଇଜିଏସଟିରୁ ସିଜିଏସଟି ଆକାରରେ ୧୮,୩୪୪ କୋଟି ଟଙ୍କା ଏବଂ ଏସ୍‍ଜିଏସଟି ଆକାରରେ ୧୪,୬୭୭ ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ୨୦୧୮ ଡିସେମ୍ବର ପାଇଁ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ ରାଜସ୍ୱ ଆୟ ସିଜିଏସଟି ବାବଦରେ ୩୬,୧୦୭ କୋଟି ଟଙ୍କା ଓ ସିଜିଏସଟି ବାବଦରେ ୩୯,୫୦୩ ଟଙ୍କା ହୋଇଛି।
ଜାନୁଆରି ୨୦୧୯ରେ ଏହା ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। କାରଣ ଅକ୍ଟୋବରରେ ଏକ କୋଟିରୁ ଅଧିକ ଟଙ୍କା ଜିଏସଟି ସଂଗ୍ରହ ହେବା ପରେ ନଭେମ୍ବର ଓ ଡିସେମ୍ବରରେ ଏହା ହ୍ରାସ ପାଇଥିଲା। ଜାନୁଆରୀ ୨୦୧୯ ଜିଏସଟି ସଂଗ୍ରହ ଜାନୁଆରୀ ୨୦୧୮ ଜିଏସଟି ସଂଗ୍ରହ ତୁଳନାରେ ୧୪% ଅଧିକ। ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସାମଗ୍ରୀ ଏବଂ ସେବା ଉପରେ ଟିକସ୍‍ ହ୍ରାସ ସତ୍ତ୍ବେ ଜିଏସଟି ରାଜସ୍ୱ ସଂଗ୍ରହରେ ଏହି ବୃଦ୍ଧି ପରିଲିକ୍ଷିତ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories